fbpx

ପଛକୁ ପଛ ପିଟିହେଲେ ୩ ଗାଡି ; ୩ ମୃତ, ୪ ଆହତ

ସୋର: ଆଜିକାଲି ଦେଶ ତଥା ରାଜ୍ୟରେ ସଡକ ଦୁର୍ଘଟଣା ମାମଲା ବଢିବାର ଲାଗିଛି । ପ୍ରତ୍ୟେକ ଦିନ ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବାବେଳେ ବହୁ ଲୋକ ଆହତ ମଧ୍ୟ ହେଉଛନ୍ତି । ତେବେ ସିମୁଳିଆ ଥାନା ଜାମୁଝାଡି ତାରିଣୀ ଛକ ନିକଟରେ ମଧ୍ୟ ଘଟିଛି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି କାର ଓ ତେଲ ଟ୍ୟାଙ୍କର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଫଳରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଏଥିସହିତ ଏହି ଦୁଇଟି କାର କେଉଁଠାରୁ କେଉଁଠାକୁ ଯାଉଥିଲେ ତାହା ମଧ୍ୟ ଜଣାପଡି ନାହିଁ । ଅନ୍ୟପକ୍ଷେ ଏହି କାରରେ ଥିବା ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣା ସମ୍ପର୍କରେ  ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.