fbpx

ଆସିଲା ୩ ନୂଆ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର,୧୪ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଆଜି ଦିନରେ ହିଁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ଓ ୬୦ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସରକାର ଦେଇସାରିଛନ୍ତି । ଏହା ପରେ ୫୭, ୫୮ ଓ ୫୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ବିଷୟରେ ସମ୍ପୂର୍ଣ୍ଣ ସୂଚନା ସରକାର ଦେଇଛନ୍ତି ।

ତେବେ ୫୭ ନମ୍ବର ଆକ୍ରାନ୍ତ ବମିଖାଲର ୫୦ ବର୍ଷ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ସେ ୭ନଂ, ୮ନଂ, ୨୨ ଓ ୩୯ ନଂ ଆକ୍ରାନ୍ତଙ୍କ ପଡୋଶୀ ଥିଲେ । ମାର୍ଚ୍ଚ ୨୨ ତାରିଖରୁ ଅପ୍ରେଲରୁ ୧୩ ତାରିଖ ଯାଏଁ ସେ ବମିଖାଲରେ ଥିଲେ । ଜୟଦୁର୍ଗାନଗରର ବେବଲୋନ ଆପାର୍ଟମେଣ୍ଟରେ ସେ ରହିଥିଲେ ।ଘରେ ରହିବା ସମୟରେ ସେ ପରିବା ଓ ଗ୍ରୋସରୀ କିଣିବାକୁ ବାହାରକୁ ଯାଇଥିଲେ । ପାଖ ପରିବା ଦୋକାନ ଓ ରିଲାଏନ୍ସ ଫ୍ରେସରେ କିଣାକିଣି କରିଛନ୍ତି ।ବୋମିଖାଲ ଏବଂ ରସୁଲଗଡ ମାର୍କେଟ ବୁଲିଥିଲେ । ସବୁଠାରୁ ବଡ କଥା ହେଉଛି ତାଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ୧୪ରେ ପଜିଟିଭ୍ ଚିହ୍ନଟ ପରେ କୋଭିଡ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ୫୮ ନମ୍ବର ଆକ୍ରାନ୍ତ ୫୧ ବର୍ଷିୟ ମହିଳା ହୋଇଥିବେ ବେଳେ ସେ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଂଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ । ମହିଳା ଜଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ପାଖରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତାଙ୍କର ଟେଷ୍ଟ କରାଯାଇଥିଲା । ୧୪ ଏପ୍ରିଲରେ ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସର କୋଭିଡ ହସ୍ପିଟାଲକୁ ପଠାଯାଇଛି ।

୫୯ ନମ୍ବର ଆକ୍ରାନ୍ତ ୭୫ ବର୍ଷୀୟ ବୃଦ୍ଧ ବ୍ୟକ୍ତି ହୋଇଥିବା ବେଳେ ସେ ବମିଖାଲ ଜୟଦୁର୍ଗାନଗରର ବେବିଲୋନ ଆପାର୍ଟମେଂଟରେ ୨୨ ମାର୍ଚରୁ ୧୩ ଏପ୍ରିଲ ଯାଏଁ ରହିଥିଲେ । ଏହି ବୃଦ୍ଧଙ୍କ ଠାରେ ମଧ୍ୟ କୌଣସି ଲକ୍ଷଣ ଦେଖାଯାଇନଥିଲା । କିନ୍ତୁ ଯେହେତୁ ସେହି ଆପାର୍ଟମେଂଟରେ ଅନ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ, ସେଥିପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ପଜିଟିଭ ଚିହ୍ନଟ ପରେ ତାଙ୍କୁ କିମ୍ସ ହସ୍ପିଟାଲକୁ ପଠାଯାଇଛି ।

Get real time updates directly on you device, subscribe now.