fbpx

ଆସିଲା ୬୦ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର,୧୪ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ୬୦ ନମ୍ବର ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୬୦ ନମ୍ବର ଆକ୍ରାନ୍ତ ଜଣକ ଝାରପଡାର ୫୧ ବର୍ଷ ବୟସ୍କ ବ୍ୟକ୍ତି ହୋଇଥିବା ବେଳେ ସେ ୪୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନାରେ ସଂକ୍ରମିତ ହୋଇଛନ୍ତି । ମାର୍ଚ୍ଚ ୨୨ରୁ ଏପ୍ରିଲ ୧୩ ଯାଏଁ ସେ ଝାରପଡା ସ୍ଥିତ ଘରେ ଥିଲେ । ଏହି ସମୟରେ ସେ ପରିବା ଓ ଗ୍ରସୋରୀ ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ । ଏଥିପାଇଁ ବ୍ୟକ୍ତିଜଣକ କେଶୁରା ବଜାର, ରସୁଲଗଡ ହାଟ ଓ ପଳାଶୁଣୀ ଯାଇଥିବା ସୂଚନା ମିଳିଛି । ୧୪ ତାରିଖରେ ନମୁନା ଯାଞ୍ଚ ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.