fbpx
BJD SKY
BJD SKY

କୃଷକଙ୍କ ସହାୟତା ପାଇଁ ଜାରି ହେଲା ଆମ କୃଷି ନାମକ ଟୋଲ ଫି ନମ୍ବର

BJD

ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତିି ଯେ ଓଡ଼ିଶାର ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ହୋଇଛି । ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହାସହ କୃଷି ସାମଗ୍ରୀ ପରିବହନକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି । ରବି ଋତୁରେ ୨୬.୬୬ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଛି । ଇ-ସମୃଦ୍ଧି ଜରିଆରେ ଚାଷୀମାନେ ପଞ୍ଜୀକୃତ କରିପାରିବେ । ଫଳରେ ଚାଷୀ ସର୍ବନିମ୍ନ ସହାୟତା ମୂଲ୍ୟର ଲାଭ ପାଇପାରିବେ । କୃଷକଙ୍କ ସହାୟତା ପାଇଁ ଆମ କୃଷି ନାମକ ଟୋଲ ଫି ନମ୍ବର ଜାରି ହୋଇଛି । ଆମ କୃଷି ଟୋଲ ଫି ନମ୍ବର ହେଉଛି ୧୮୦୦୧୦୨୫୧୬୬ । ବାହାର ରାଜ୍ୟରେ ୭୭ ହଜାର ଅଟକି ରହିଛନ୍ତି । ଶ୍ରମିକଙ୍କ ରହିବା ପାଇଁ ଶିବିରର ବ୍ୟବସ୍ଥା କରାଯାଇଛି । ରାଜ୍ୟର ୩୦ଜିଲ୍ଲାରେ ୩୫କୋଭିଡ଼ ହସ୍ପିଟାଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Get real time updates directly on you device, subscribe now.