fbpx

ଦୁଷ୍କର୍ମର ଶିକାର ହେଲେ ୩ବର୍ଷର ଶିଶୁ!

କେନ୍ଦୁଝର, ୧୬ା୬(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଅପରାଧ ବଢ଼ିବାରେ ଲାଗିଛି । ଚୋରୀ, ଡକାୟତି, ମର୍ଡ଼ର, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଥାନା ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା ଘଟିଛି । ସେଠାରେ ଏକ ୩ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ଏନେଇ ଥାନାରେ ଏତଲା ମଧ୍ୟ ରୁଜୁ କରାଯାଇଛି । ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କୀୟ ପବିତ୍ର ନାଏକକୁ ଗିରଫ କରିଛି । ଏଥିସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.