fbpx

ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲରୁ ଉଦ୍ଧାର ହେଲା ୩୦ ବୋମା ଏବଂ ଦୁଇଟି ପିସ୍ତଲ

ପ୍ରୟାଗରାଜ: ପ୍ରୟାଗରାଜର ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ମୁସଲିମ ହଷ୍ଟେଲ ପୁଣି ଥରେ ଚର୍ଚ୍ଚାରେ । ଉମେଶପାଲ ହତ୍ୟାକାଣ୍ଡପରେ ଚର୍ଚ୍ଚରେ ଆସିଥିବା ଏହି ହଷ୍ଟେଲରେ ପୋଲିସ ରବିବାର ରାତିରେ ଚଢାଉ କରିଥିଲା । ଏହା ପରେ ହଷ୍ଟେଲରୁ ଯାହା ମିଳିଥିଲା ତାହା କେବଳ ପୋଲିସମାନଙ୍କୁ ନୁହେଁ ସେଠାରେ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପୋଲିସକୁ ହଷ୍ଟେର ଏକ ରୁମରୁ ଅନେକ ବମ, ଦୁଇଟି ପିସ୍ତଲ ମିଳିଥିଲା । ଏବେ ହଷ୍ଟେଲରେ ଏ ପ୍ରକାର ସାମଗ୍ରୀ ମିଳିଥିବାରୁ ସେଠାରେ ହଇଚୟୀ ସୃଷ୍ଟି ହୋଇଛି ।

କୁହାଯାଉଛି ପୋଲିସକୁ ଏହି ହଷ୍ଟେଲରେ ଝଗଡା ହୋଇଥିôବା ସୂଚନା ମିଳିଥିଲା ଯାହା ପରେ ପୋଲିସ ଏଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ପୋଲିସକୁ ହଷ୍ଟେଲର ଗୋଟିଏ କୋଠରୀରେ ବମ ଏବଂ ବନ୍ଧୁକ ମିଳିଥିଲା । ଏହା ସହିତ ପୋଲିସ ଏକ ଆରୋପିକୁ ଗିରଫ ମଧ୍ୟ କରିଛି । ପୋଲିସ ଏଠାକୁ ଝଗଡା କରୁଥିବା ଆରୋପିକୁ ଧରିବାକୁ ଆସିଥିଲା କିନ୍ତୁ ଏଠାରେ କିନ୍ତୁ ପୋଲିସକୁ ଏପରି ବ୍ୟକ୍ତି ମିଳିଥିଲା ଯେ ନିଜ ରୁମରେ ଏହା ସବୁ ରଖିଥିଲା । ଏହି ହତିଆର ଏବଂ ବମ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଥିଲା ।

ତେବେ ସୂଚନା ଅନୁସାରେ ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ପୋଲିସ ଉମେଶପାଲ ହତ୍ୟାକାଣ୍ଡରେ ସାମିଲ ଥିବା ସଦାକତ ଖାନକୁ ଗିରଫ କରିଥିଲା । ପୋଲିସ କହିବା ଅନୁସାରେ ଏହି ହଷ୍ଟଲର ରୁମ ନମ୍ବର -୩୬ରେ ଉମେଶପାଲଙ୍କ ହତ୍ୟାକାଣ୍ଡ ହୋଇଥିଲା । ପୋଲିସ କହିବା ଅନୁସାରେ ଏହି ସବୁ ହତିଆର ରୁମ ନମ୍ବର ୫୭ରୁ ଠାବ କରାଯାଇଛି । ଏହି ରୁମ ମୁଦାସିର ନାମରେ ଆଲଟ ହୋଇଛି ।

Get real time updates directly on you device, subscribe now.