fbpx

ବିବାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା କନ୍ୟାଯାତ୍ରୀ ବସ୍: ୩୦ ଆହତ, ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନିକଟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଫେରୁଥିବା ଏକ କନ୍ୟାଯାତ୍ରୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ମୋଟ ୩୦ ଜଣ ଆହତ ହୋଇଥିବା ବେଳେ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସଟି ପାରଳାଖେମୁଣ୍ଡିରୁ ପୋଲସରା ଯାଉଥିବା ବେଳେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସେବକପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପାରଳାଖେମୁଣ୍ଡିରୁ ବିବାହ କାର୍ଯ୍ୟ ସମାପନ କରି କନ୍ୟାଘର ଗଞ୍ଜାମ ପୋଲିସରା ଅଭିମୁଖେ ଆସୁଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟିହୋଇ ଓଲଟି ପଡ଼ିଥିଲା । ଫଳରେ କ୍ଷଣକ ମଧ୍ୟରେ ସମସ୍ତ ହସଖୁସି ମିଳେଇ ଯାଇଛି ।

Get real time updates directly on you device, subscribe now.