fbpx

ମାହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳର ପରାମର୍ଶଦାତା

କଲମ୍ବୋ: ପୂର୍ବତନ ଟେଷ୍ଟ ହିରୋ ମାହେଲା ଜୟବର୍ଦ୍ଧନେ ଶ୍ରୀଲଙ୍କା ଜାତୀୟ କ୍ରିକେଟ ଦଳର ପରାମର୍ଶଦାତା କୋଚ ଭାବେ ନିଯୁକ୍ତି ହୋଇଛନ୍ତି । ଶ୍ରୀଲଙ୍କା କ୍ରିକେଟ ବୋର୍ଡର କାର୍ଯ୍ୟନିର୍ବାହୀ କମିଟି ଓ ଟେକନିକାଲ ପରାମର୍ଶଦାତା କମିଟିର ସୁପାରିସ କ୍ରମେ ଜୟବର୍ଦ୍ଧନେଙ୍କୁ ଏହି ନୂଆ ନିଯୁକ୍ତି ଦେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।

ଆଇପିଏଲର ସବୁଠାରୁ ସଫଳ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର କୋଚ ଜୟବର୍ଦ୍ଧନେ ଏକ ବର୍ଷ ପାଇଁ ଶ୍ରୀଲଙ୍କା ଦଳର ସ୍ୱତନ୍ତ୍ର ପରାମର୍ଶଦାତା କୋଚ ଭାବେ ନିଯୁକ୍ତି ପାଇଛନ୍ତି । ତେଣୁ ଦଳର ସମସ୍ତ କାର୍ଯ୍ୟ ପରିଚାଳନା କରିବେ ଜୟବର୍ଦ୍ଧନେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସେ ମଧ୍ୟ ଦଳର ପ୍ରଦର୍ଶନ ପାଇଁ ହାଇ ପରଫରମାନ୍ସ ସେଣ୍ଟରରେ ସମସ୍ତ ପ୍ରକାର ରଣ କୌଶଳ ଓ ମାର୍ଗଦର୍ଶନ ପ୍ରସ୍ତୁତ କରିବେ ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଆଶଲେ ଡି ସିଲଭା କହିଛନ୍ତି ଯେ ଜୟବର୍ଦ୍ଧନେଙ୍କୁ ଏହି ଦାୟିତ୍ୱ ପ୍ରଦାନ କରି ଆମେ ଅତ୍ୟନ୍ତ ଖୁସି ଅନୁଭବ କରୁଛୁ । ଗତ ଟି-୨୦ ବିଶ୍ୱକପ ବେଳେ ଜୟବର୍ଦ୍ଧନେ ଦଳକୁ ଉଚିତ ଦିଗ ଦର୍ଶନ ଦେବା ଫଳରେ ସୁପର ୧୨ ପର୍ଯ୍ୟାୟରେ ପ୍ରବେଶ କରି ପାରି ଥିଲା । ତେବେ ଏହି ଭୂମିକା ସହିତ ଜୟବର୍ଦ୍ଧନେ ମଧ୍ୟ ଆଗାମୀ ୧୯ ବର୍ଷରୁ କମ ବିଶ୍ୱକପ ପାଇଁ ଦଳକୁ ପ୍ରସ୍ତୁତ କରିବା ଦାୟିତ୍ୱ ତୁଲାଇବେ ବୋଲି ଆଶଲେ ଡି ସିଲଭା କହିଛନ୍ତି ।

 

Get real time updates directly on you device, subscribe now.