fbpx
BSKY SKY
BSKY SKY

ଓମିକ୍ରନକୁ ନେଇ ଚେତାବନୀ: ଏପ୍ରିଲ୍ ମାସ ସୁଦ୍ଧା ହୋଇପାରେ ୭୫ହଜାର ମୃତ୍ୟୁ, ଭୟଙ୍କର ଦର୍ଶାଇଲା ଡବ୍ଲୁଏଚଓ

BSKY

ଲଣ୍ଡନ: ବ୍ରିଟେନ୍ ରେ ଦୁନିଆର ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏନେଇ ସୂଚନା ଦେଇଛନ୍ତି । ସେ ଏନେଇ ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଯେ, କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ତୁଫାନୀ ଲହର ଆସୁଛି, ଯାହାକୁ ରୋକିବା ନିହାତି ଜରୁରୀ । ଏହି ଭାରିଆଣ୍ଟ୍ ଅଭୂତପୂର୍ବ ରୂପରେ ବ୍ୟାପିବାରେ ଲାଗିଛି । ଅନ୍ୟାନ୍ୟ ସ୍ୱରୂପ ଠାରୁ ଓମିକ୍ରନ୍ ର ଅଂଶ ୪୦ ପ୍ରତିଶତ ହେବା କାରଣରୁ ଏଠାରେ ଟିକାର ଅତିରିକ୍ତ ଡୋଜ୍ ଦିଆଯିବା ଉପରେ ଜୋର ଲଗାଯାଉଛି ।

ଜନସନ୍ ଓମିକ୍ରନ୍ ସଂକ୍ରମଣକୁ ଆଖି ଆଗରେ ରଖି ୧୮ ବର୍ଷର ଅଧିକ ଲୋକଙ୍କୁ ଡିସେମ୍ବର ଶେଷ ସୁଦ୍ଧା ବୁଷ୍ଟର ଡୋଜ୍ ଦେବା ନେଇ ଲକ୍ଷ୍ୟ ରଖିଛନ୍ତି । ସେ କହିଚନ୍ତି ଯେ, ଆମେ ପୂର୍ବରୁ ହିଁ ଏହାର ପ୍ରଭାବ ଦେଖିସାରିଛୁ, କିପରି ଭାବରେ କୋଭିଡ୍ ଗ୍ରାଫ୍ ଦ୍ରୁତ ମାତ୍ରାରେ ବଢ଼ିଚାଲିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ର ୧୨୩୯ ସଂକ୍ରମିତ ଚିହ୍ନଟ ହେବାପରେ ବ୍ରିଟେନ୍ ରେ କୋଭିଡ୍ ଆଲର୍ଟକୁ ବଢ଼ାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୬୩ଟି ଦେଶରେ ଏହି ମାରାତ୍ମକ ଭାରିଆଣ୍ଟ ବ୍ୟାପିସାରିଲାଣି ।

କରୋନାର ଏହି ନୂତନ ଭାରିଆଣ୍ଟ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନେକ ଦେଶର ଚିନ୍ତାକୁ ବଢ଼ାଇ ଦେଇଛି । ଏହା ଭିତରେ ବିଶ୍ୱସ୍ତରର ବୈଜ୍ଞାନିକ ମାନେ ନୂତନ ଭାରିଆଣ୍ଟକୁ ନେଇ ଯେଉଁ ସଙ୍କଟ ସୃଷ୍ଟି ହେବାକୁ ଯାଉଛି ସେ ନେଇ ଚେତାବନୀ ଦେଇଛନ୍ତି । ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ୍ ମେଡିସିନ୍ ଏବଂ ଦକ୍ଷିଣ ଆଫ୍ରିକାର ଷ୍ଟେଲେନବୋସ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଓମିକ୍ରନ୍ ବ୍ରିଟେନରେ ହଇଚଇ ସୃଷ୍ଟି କରିପାରେ। ସଂକ୍ରମଣକୁ ରୋକିବା ପାଇଁ ଯଦି କଡା ପଦକ୍ଷେପ ନିଆ ନ ଯାଏ, ତେବେ ଆସନ୍ତା ବର୍ଷ ଏପ୍ରିଲ୍ ସୁଦ୍ଧା ଦେଶରେ ୨୫,୦୦୦ ରୁ ୭୫,୦୦୦ ମୃତ୍ୟୁ ହୋଇପାରେ। ଏହି ନୂତନ ଭାରିଆଣ୍ଟ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି ଯାହା ଆଗକୁ ଆଉ ଏକ ମହାମାରୀର ରୂପ ନେବ ।

Get real time updates directly on you device, subscribe now.