fbpx
BJD SKY
BJD SKY

ଖାଲି ପଡ଼ୁଛି ଶିକ୍ଷକ ପଦବୀ, ରାଜ୍ୟରେ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ: ଗଣଶିକ୍ଷା ମନ୍ତ୍ରୀ କ’ଣ କହୁନ୍ତି ଦେଖନ୍ତୁ VIDEO

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକ ପଦବୀ ଖାଲି ପଡ଼ିବା ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ଶକ୍ତ ପ୍ରହାର । ସରକାରୀ ହାଇସ୍କୁଲଗୁଡ଼ିକରେ ୩୨୩୬ ବିଜ୍ଞାନ ଶିକ୍ଷକ ଓ ୧୫୪୮ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧୨୮୪ ବିଜ୍ଞାନ ଓ ୩୩୮ ସଂସ୍କୃତ ଶିକ୍ଷକ ପଦବୀ ଖାଲି ରହିଛି । ତେବେ ଏହି ସମସ୍ୟା ନେଇ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ହାତ ଟେକି ଦେଇଛନ୍ତି । ସଂରକ୍ଷିତ ପଦବୀ ପାଇଁ ରାଜ୍ୟରେ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମନ୍ତ୍ରୀ କହିଛନ୍ତି ଯେ, ଚଳିତ ମାସରେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମୋଟ ୧୧ ହଜାର ୪ ଶହଟି ପଦବୀ ପାଇଁ ବିଜ୍ଞପ୍ତି ବାହାରିଥିବା ବେଳେ ସେଥିରୁ ୭ ହଜାର ପଦବୀ ପାଇଁ ମନୋନୟନ ସରିଯାଇଛି । ଅବଶିଷ୍ଟ ୪ ହଜାର ୪ ଶହ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି । ଶିକ୍ଷକଙ୍କ ନିଯୁକ୍ତି ନେଇ କଟ୍ ଅଫ୍ ମାର୍କ ରଖାଯାଇଥିବା ବେଳେ ଏହି ଅବଶିଷ୍ଟ ପ୍ରାର୍ଥୀମାନେ କ୍ୱାଲିଫାଏ ହୋଇପାରିଲେ ନାହିଁ । ତେଣୁ ଆଉ ସପ୍ତାହକ ମଧ୍ୟରେ ପୁଣି ଥରେ ବିଜ୍ଞାପନ ବାହାରିବ । ସଂରକ୍ଷିତ ବର୍ଗରେ ଯୋଗ୍ୟ ପ୍ରାର୍ଥୀ ମିଳୁନଥିବାରୁ ଏନେଇ କ’ଣ କୋହଳ କରାଯାଇପାରିବ, ସେନେଇ ବିଶେଷଜ୍ଞଙ୍କ ସହିତ ସମ୍ପର୍କ କରାଯାଉଛି । ଆସନ୍ତା ୧୬ ତାରିଖରେ ନବନିଯୁକ୍ତ ଶିକ୍ଷକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମରେ ଏକ ଓରିଏଣ୍ଟେସନ ପ୍ରୋଗ୍ରାମ ରଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.