fbpx
BJD SKY
BJD SKY

ବିବାହର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଞ୍ଜାବୀରେ କଥା ହୋଇଥିଲେ କାଟ୍ରିନା କୈଫ୍, ଜାଣନ୍ତୁ କଣ କହିଲେ ଭିକିଙ୍କ ସମ୍ପର୍କିୟ ଭଉଣୀ

BJD

ନୂଆଦିଲ୍ଲୀ: ନିକଟରେ ଭିକି ଓ କାଟ୍ରିନାଙ୍କ ରାଜକୀୟ ବିବାହ ସମ୍ପନ୍ନ ହୋଇଛି । ସେମାନଙ୍କ ବିବାହ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଡିସେମ୍ବର ୯ ତାରିଖରେ ବିବାହପରେ ଭିକି ଓ କ୍ୟାଟ୍ ଅଫିସିଆଲ୍ ସାଇଟ୍ ରେ ସ୍ୱାମୀ-ସ୍ତ୍ରୀ ଭାବରେ ଫଟୋ ସେୟାର୍ କରିଥିଲେ । ତେବେ ଭିକି-କ୍ୟାଟ୍ ସମ୍ପୂର୍ଣ୍ଣ ଭାବେ କନଫିଡେନ୍ସିଆଲ୍ ରହିଥିଲା । ବିବାହରେ ଅତିଥି ମାନଙ୍କୁ ଫୋନ୍ ମଧ୍ୟ ବ୍ୟବହାର କରିବାକୁ ଦିଆଯାଇନଥିଲା ।

ବର୍ତ୍ତମାନ ଭିକି କୌଶଲଙ୍କ ସମ୍ପର୍କୀୟ ଭଉଣୀ ଉପାସନା ଭୋହରା ବିବାହର କିଛି ମଜାଦାର୍ ଅନୁଭୂତି ସେୟାର୍ କରିଛନ୍ତି । ସେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ସେୟାର୍ କରି କହିଛନ୍ତି ଯେ, କାଟ୍ରିନା ବିବାହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ପଞ୍ଜାବୀରେ କଥା ବାର୍ତ୍ତା କରିଥିଲେ । ବିବାହ ପରଠାରୁ ସେମାନଙ୍କ ଫ୍ୟାନ୍ସ ମାନେ ବିବାହ ସମ୍ପର୍କରେ ଜାଣିବାକୁ ଖୁବ ଉତ୍ସାହିତ ଥିଲେ । ତେବେ ଉପାସନା କିଛି ରୋମାଞ୍ଚକର କଥା ସେୟାର୍ କରି ଫ୍ୟାନ୍ସ ମାନଙ୍କୁ ଉତ୍ସୁକତାକୁ ବଢ଼ାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଜଣେ ୟୁଜର୍ ଉପାସନାଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ କାଟ୍ରିନା ବିବାହ ଦିନ ପଞ୍ଜାବୀରେ କଥା ହୋଇଥିଲେ? ଏହାର ଉତ୍ତରରେ ଉପାସନା କହିଥିଲେ ଯେ, ହଁ, ବିବାହ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାଟ୍ରିନା କେବଳ ପଞ୍ଜାବୀରେ କଥା ହୋଇଥିଲେ । ଆଉ ଜଣେ ୟୁଜର୍ ପଚାରିଥିଲେ ଯେ, କାଟ୍ରିନାଙ୍କ ସହ ପ୍ରଥମ ଥର ଭେଟ କିପରି ଥିଲା? ଉପାସନା କହିଥିଲେ ଯେ, ଖୁବ୍ ଭଲ ଅନୁଭୂତି ଥିଲା । କାଟ୍ରିନାଙ୍କ ପରିବାର ସମ୍ପର୍କରେ ପଚରାଯିବାରୁ ଉପାସନା କହିଥିଲେ ଯେ, ତାଙ୍କ ପରିବାରର ସମସ୍ତ ସଦସ୍ୟ ଖୁବ୍ ଭଲ ।

Get real time updates directly on you device, subscribe now.