fbpx
BJD SKY
BJD SKY

କରୋନା ସଂସ୍ପର୍ଶରେ ଆସିବା ମାତ୍ରେ ଚମକିବ ମାସ୍କ, ବୈଜ୍ଞାନିକଙ୍କ ନୂଆ ଆବିଷ୍କାର

BJD

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନଠାରୁ ରକ୍ଷା ପାଇବା ଅଧିକ କଷ୍ଟସାଧ୍ୟ ପ୍ରମାଣିତ ହୋଇଛି, କାରଣ ଏହାର ସଂକ୍ରମଣ ହାର ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ରହିଛି । ଏଥିପାଇଁ ଏହାର ମୁକାବିଲା କରିବା ପାଇଁ ଫେସ୍ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି । ଏଭଳି ସୁରକ୍ଷାକୁ ଆହୁରି ଉପଯୋଗୀ କରିବା ପାଇ ଜାପାନର ବୈଜ୍ଞାନିକମାନେ ଏପରି ଏକ ଫେସ୍ ମାସ୍କ ତିଆରି କରିଛନ୍ତି, ଯାହାକି କରୋନା ସଂସ୍ପର୍ଶରେ ଆସିବା ଚମକିବାରେ ଲାଗିବ ।

ଏହି ଆବିଷ୍କାର କରୋନା ମହାମାରୀ ରୋକିବାରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇପାରେ । ରିପୋର୍ଟ ମୁତାବକ, ଜାପାନ ବୈଜ୍ଞାନିକମାନେ ମାସ୍କରେ ଓଷ୍ଟ୍ରିଚ୍ ସେଲ୍ସର ଫିଲ୍ଟର ଲଗାଇଛନ୍ତି । ଏହି ଫିଲ୍ଟର ମାଧ୍ୟମରେ କରୋନା ମହାମାରୀକୁ ଧରିବାରେ ମାସ୍କ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବ । ମାସ୍କଟି କୋଭିଡ ସଂସ୍ପର୍ଶରେ ଆସିବା ମାତ୍ରେ ଅନ୍ଧାର ସ୍ଥାନରେ ବି ଚମକିବାରେ ଲାଗିବ ।

Get real time updates directly on you device, subscribe now.