fbpx
BJD SKY
BJD SKY

ଡେଲଟା ଅପେକ୍ଷା ଅଧିକ ବ୍ୟାପିବ ଓମିକ୍ରନ, ମାତ୍ର ଗୁରୁତର ହେବ ନାହିଁ: ଆସିଲା WHOର ସର୍ଭେ ରିପୋର୍ଟ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ତାଣ୍ଡବ ମଚାଇଥିବା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ନୂଆ ତଥ୍ୟ ସାମନାକୁ ଆସିଛି । କରୋନାର ଏହି ଭାରିଆଣ୍ଟ ଖୁବଶୀଘ୍ର ବ୍ୟାପୁଛି, ମାତ୍ର ଲୋକଙ୍କୁ ଏହା ବେଶିମାତ୍ରାରେ ପ୍ରଭାବିତ କରୁନାହିଁ । ତେବେ ଏହା କୋଭିଡ୍ ଭ୍ୟାକ୍ସିନର ପ୍ରଭାବକୁ ହ୍ରାସ କରିଦେଉଛି । ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଓମିକ୍ରନ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏଥିସହ ସଂକ୍ରମିତମାନେ ଅଧିକ ଗୁରୁତର ହେଉନଥିବା ବେଳେ ସେମାନଙ୍କ ଶରୀରରେ କୌଣସି ଲକ୍ଷଣ ଦେଖା ଦେଉନାହିଁ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ଗତ ୯ ତାରିଖ ସୁଦ୍ଧା ଓମିକ୍ରନ ବିଶ୍ୱର ୬୩ଟି ଦେଶକୁ ବ୍ୟାପି ସାରିଲାଣି । ଦକ୍ଷିଣ ଆଫ୍ରିକାର ଯେଉଁ ଅଞ୍ଚଳଗୁଡ଼ିକୁ ଡେଲଟା ପ୍ରବେଶ କରିପାରି ନଥିଲା, ଉକ୍ତ ଅଞ୍ଚଳକୁ ଓମିକ୍ରନ ପ୍ରବେଶ କରିସାରିଲାଣି । ନୂଆ ଭାରିଆଣ୍ଟରେ ଅଧିକ ମାତ୍ରାରେ ଗୋଷ୍ଠୀ ସଂକ୍ରମଣ ହେଉଥିବା ଦେଖାଯାଇଛି । ଏଥିରେ ଥିବା ମାତ୍ରାଧିକ ମ୍ୟୁଟେସନ କାରଣରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ତେଣୁ ଏହା ଡେଲଟା ଅପେକ୍ଷା ଅଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ହୁ ପକ୍ଷରୁ ଆଶଙ୍କା କରାଯାଇଛି ।

ତେବେ ନିକଟରେ ୟୁରୋପରେ ଚିହ୍ନଟ ହୋଇଥିବା ସମସ୍ତ ଓମିକ୍ରନ ସଂକ୍ରମିତଙ୍କ ଠାରେ କୌଣସି ଲକ୍ଷଣ ନାହିଁ ବା ସ୍ୱଳ୍ପଲକ୍ଷଣ ରହିଛି । ଡେଲଟା ଅପେକ୍ଷା ଓମିକ୍ରନରେ ରୋଗୀମାନେ ଗୁରୁତର ହେବା ଆଶଙ୍କା କମ୍ । ମାତ୍ର ଅଧିକ ଲୋକ ସଂକ୍ରମିତ ହେଲେ ହସ୍ପିଟାଲରେ ଚିକିତ୍ସା ନେଇ ଭିଡ଼ ଜମିବ ବୋଲି ହୁ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.