fbpx
BJD SKY
BJD SKY

୫ମ ଶ୍ରେଣୀର ଝିଅ କଲା ଆତ୍ମହତ୍ୟା, ପରିବାର ଲୋକ କହିଲେ- କ୍ରାଇମ୍ ପେଟ୍ରୋଲରୁ ଶିଖିଥିଲା ଆତ୍ମହତ୍ୟା ଉପାୟ

BJD

ରାଜକୋଟ: ଗୋଟିଏ ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ଛୋଟ ଝିଅ ଆତ୍ମହତ୍ୟା କରିଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁଜରାଟର ରାଜକୋଟ ଠାରେ । ସୋମବାର ଦିନ ଝିଅଟି ଏହି ପରି ଭାବରେ ଆତ୍ମହତ୍ୟା କରିଦେଇଛି । ପରିବାର ଲୋକ ଆଶଙ୍କା କରିଛନ୍ତି ଯେ, ଝିଅଟି କ୍ରାଇମ ପେଟ୍ରୋଲ୍ ଓ ସାବଧାନ ଇଣ୍ଡିଆ ସିରିଏଲ୍ ଇତ୍ୟାଦି ଦେଖୁଥିଲା । ବୋଧହୁଏ ସେଥିରୁ ଆତ୍ମହତ୍ୟା କରିବାର ଉପାୟ ଶିଖିଛି । ପୋଲିସ୍ ବର୍ତ୍ତମାନ ଏହି ମାମଲାର ଯାଞ୍ଚ କରୁଛି ।

ପୋଲିସ୍ ଦେଇଥିବା ସୂଚନା ମୁତାବକ, ପିଲାଟିର ବାପା-ମାଆ ଓ ପରିବାରର ଅନ୍ୟ ସଦସ୍ୟ ମାନେ ଏକ ସାମାଜିକ କାର୍ଯ୍ୟକ୍ରମକୁ ଯିବାକୁ ବାହାରିଥିଲେ । ସେମାନେ ଉକ୍ତ ଝିଅକୁ ମଧ୍ୟ ସେମାନଙ୍କ ସହ ଯିବାକୁ କହିଥିଲେ କିନ୍ତୁ ଝିଅଟି ରାଜି ହୋଇନଥିଲା । ଯେତେବେଳେ ଦ୍ୱିପହରରେ ଘରକୁ ଆସି ପରିବାର ସଦସ୍ୟ କବାଟ ବାଡେଇଥିଲେ ଝିଅଟି କବାଟ ଖୋଲିନଥିଲା । ଏହି ଭାବରେ କବାଟ ଖୋଲିବାକୁ ବିଳମ୍ବ ହେବାରୁ ପଛ ଝରକାରେ ଦେଖିବା ବେଳକୁ ଝିଅଟି ସିଲିଂ ଫ୍ୟାନ୍ ରେ ଦଉଡ଼ିରେ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ପରିବାର ଲୋକେ ଘରକୁ ଯାଇ ଦଉଡ଼ି ଖୋଲି ସଙ୍ଗେ ସ୍ରଙ୍ଗେ ହସ୍ପିଟାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଏହି ମାମଲାରେ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ, ଏତେ ଛୋଟ ପିଲା ଫାଶୀ ଦଉଡ଼ି ଲଗାଇବା ଶିଖିଲା କେଉଁଠୁ ଓ କିପରି କଲା? ଏନେଇ ପୋଲିସ୍ ଜଣେ ସର୍ମ୍ପକୀୟ ଭଉଣୀ କହିଛନ୍ତି ଯେ, ସେ ଟିଭି କ୍ରାଇମ୍ ସିରିଏଲ୍ ଦେଖିବାକୁ ଖୁବ୍ ପସନ୍ଦ ଥିଲା । “ସାବଧାନ ଇଣ୍ଡିଆ” ଓ “କ୍ରାଇମ ପେଟ୍ରୋଲ” ଉକ୍ତ ଝିଅଟି ଦିନ ସାରା ବସି ଦେଖୁଥିଲା । ତେଣୁ ସେହି ଠାରୁ ସେ ଆତ୍ମହତ୍ୟା ଉପାୟ ଶିଖିଥାଇପାରେ ।

Get real time updates directly on you device, subscribe now.