fbpx

ସୁରତରୁ ପ୍ରଥମ ଓମିକ୍ରନ ମାମଲା ଚିହ୍ନଟ, ଦେଶରେ ମୋଟ ସଂଖ୍ୟା ୪୧କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ମାମଲାକୁ ନେଇ ସରକାର ବି ଚିନ୍ତାରେ ପଡ଼ିଛନ୍ତି । କାଲି ମହାରାଷ୍ଟ୍ରରେ ଓମିକ୍ରନର ୨ଟି ମାମଲଶ ଚିହ୍ନଟ ହୋଇଥିଲା, ଯେଉଁମାନେ ଦୁବାଇ ଯାତ୍ରା କରିଥିଲେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକାରୁ ଗୁଜରାଟର ସୁରତ ଫେରିଥିବା ଜଣେ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନରେ ୪୧ ଜଣ ସଂକ୍ରମିତ ହୋଇସାରିଛନ୍ତି ।

ତେବେ ସୁରତ ନଗର ନିଗମର ସ୍ୱାସ୍ଥ୍ୟ ବିଭାଗଠାରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକାରୁ ସୁରତ ଫେରିଥିବା ୪୨ ବର୍ଷୀୟ ବ୍ୟକ୍ତିଜଣକ ଓମିକ୍ରନରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁରତରେ ଏହା ପ୍ରଥମ ଓମିକ୍ରନ ମାମଲା ହୋଇଥିବା ବେଳେ ଗୁଜରାଟରେ ଏହା ୪ର୍ଥ ମାମଲା । ଏହା ପୂର୍ବରୁ ଗୁଜୁରାଟର ଜାମନଗରରୁ ଓମିକ୍ରନ ଭାରିଆଣ୍ଟର ୩ଟି ମାମଲା ସାମ୍ନାକୁ ଆସିଥିଲା । ସେମାନଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ଏନଆରଆଇ ଥିଲେ ଓ ସେ ଜିମ୍ବାୱେରୁ ଫେରିଥିଲେ । ତାଙ୍କ ସହିତ ପତ୍ନୀ ଓ ଭିଣୋଇ ବି ଓମିକ୍ରନର ଶିକାର ହୋଇଥିଲେ ।

ସୁରତରୁ ଓମିକ୍ରନ ଚିହ୍ନଟ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତି ଜଣେ ବ୍ୟବସାୟୀ ଥିବା ଜଣାପଡିଛି । ସେ ୩ ଡିସେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଞ୍ଚିଥିଲେ । ୮ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା, ଯେଉଁଥିରେ ସେ ଓମିକ୍ରନ ପଜିଟିଭ ଥିବା ଜଣାପଡିଥିଲା ।

Get real time updates directly on you device, subscribe now.