fbpx

ମାଇନସ୍ ୧ ଡିଗ୍ରୀରେ ସାର୍ଟଲେସ୍ ହୋଇ ଦୌଡ଼ିଲେ ଟାଇଗର୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ ନିଜକୁ ସବୁବେଳେ ଫିଟ୍ ରଖିବାକୁ ଭଲପାଆନ୍ତି । ଏ କଥା ସମସ୍ତେ ଜାଣନ୍ତି । ନିଜର ୱର୍କ ସିଡ୍ୟୁଲ୍ ରେ ସେ ଯେତେ ବ୍ୟସ୍ତ ଥିଲେ ବି ନିଜର ଫିଟନେସ୍ ରୁଟିନ୍ କୁ ସେ ସବୁବେଳେ ଫଲୋ କରିଥାନ୍ତି । ଟାଇଗର୍ ବର୍ତ୍ତମାନ ୟୁକେରେ ଅଛନ୍ତି । ସେଠାରେ ସେ ଫିଲ୍ମ ଗଣପତ୍ ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଶୁଟିଂ ପୂର୍ବରୁ ସେ ମାଇନସ୍ ୧ ଡିଗ୍ରୀ ତାପମାତ୍ରାରେ ସାର୍ଟଲେସ୍ ହୋଇ ଦୌଡ଼ିଛନ୍ତି ।

 

View this post on Instagram

 

A post shared by Tiger Shroff (@tigerjackieshroff)

ଟାଇଗର୍ ଏହାର ଏକ ଭିଡିଓ କରି ଇନଷ୍ଟାଗ୍ରାମ ପେଜ୍ ରେ ଅପଲୋଡ୍ କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ଓ ସେଲେବ୍ ମାନେ ତାଙ୍କ ସାହାସକୁ ପ୍ରଶଂସା କରିଛନ୍ତି ଓ ଯତ୍ନ ନେବା ପାଇଁ କହିଛନ୍ତି । ଏତେ ମାତ୍ରାରେ ଥଣ୍ଡା ହେବା ସତ୍ତେ୍ୱ ବିନା ସାର୍ଟରେ ଟାଇଗର୍ ଦୌଡ଼ିବା ବାସ୍ତବରେ ପ୍ରଶଂସାଯୋଗ୍ୟ । ଟାଇଗର୍ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମରେ ପେଜରେ ଭିଡିଓ ଟିକୁ ସେୟାର୍ କରି ଏହାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.