fbpx

୩୧ ଡିସେମ୍ବର ସୁଦ୍ଧା କରନ୍ତୁ ରବି ଫସଲର ବୀମା, ନଚେତ୍ ଚାଷୀଙ୍କୁ ମିଳିବନି ଲାଭ

ନୂଆଦିଲ୍ଲୀ: ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ସହିତ ସେମାନଙ୍କ ଫସଲ ସହିତ ଜଡ଼ିତ ଅନେକ ଯୋଜନା ଚଳାଇଛନ୍ତି କେନ୍ଦ୍ର ସରକାର । ସେହିପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା । ଏହା ଯୋଜନା ଅଧିନରେ କୌଣସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଲେ ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇଦିଆଯିବ । ଯୋଜନା ଅଧିନରେ ରବି ଫସଲର ବୀମା କରିବା ପାଇଁ ଅବଧି ୩୧ ଡିସେମ୍ବର ୨୦୨୧ ରହିଛି ।

ଚାଷୀମାନଙ୍କୁ ନିଜ ଫସଲର ବୀମା ୩୧ ଡିସେମ୍ବର ୨୦୨୧ ସୁଦ୍ଧା କରିବା ଉଚିତ୍, ନହେଲେ କୌଣସି ପ୍ରକାରର କ୍ଷତି ହେଲେ ସେମାନଙ୍କୁ ଆର୍ଥିକ ସହାୟତା ମିଳିପାରିବ ନାହିଁ । ଏହି ଯୋଜନାର ଲାଭ ଉଠାଇବାର ଶେଷ ତାରିଖ ୩୧ ଡିସେମ୍ବର ରହିଛି । ଏହା ପରେ ବୀମାର ଲାଭ ମିଳିବ ନାହିଁ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ୨୦୨୦-୨୧, ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଗାଇଡଲାଇନ୍ ଜାରି କରିଛି ।

ତେବେ ଫସଲ ନଷ୍ଟ ହେଲେ ଚାଷୀଙ୍କୁ ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ ସଂସ୍ଥା / ସଂପୃକ୍ତ ବ୍ୟାଙ୍କ ଶାଖା ଏବଂ କୃଷି ଓ ଆନୁଷଙ୍ଗିକ ବିଭାଗକୁ ପରିସ୍ଥିତିର ବିବରଣୀ ଦେବାକୁ ପଡିବ । ଯେକୌଣସି ସୂଚନା ପାଇଁ ଟୋଲ୍ ଫ୍ରି ନମ୍ବର ୧୮୦୦-୮୮୯-୬୮୬୮ ସହିତ ଯୋଗାଯୋଗ କରିପାରିବେ ଚାଷୀ । ସେମାନଙ୍କର ବୀମା ବି ୧.୫ ପ୍ରତିଶତ ପ୍ରିମିୟମରେ ରହିବ । ବଳକା ଟଙ୍କା କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଦେବେ ବୋଲି ଗାଇଡଲାଇନରେ ରହିଛି ।

Get real time updates directly on you device, subscribe now.