fbpx
BSKY SKY
BSKY SKY

ଭାରତକୁ ୩୦୦ ଅକ୍ସିଜେନ୍ କନସେନଟ୍ରେଟର୍ ଯୋଗାଇଲା ହଂକଂ

BSKY

ନୂଆଦିଲ୍ଲୀ, ୩୦ା୪ (ଓଡିଶା ଭାସ୍କର) : କରୋନା ମହାମାରୀ ସହିତ ବର୍ତ୍ତମାନ ପୁରା ଦେଶ ଲଢ଼େଇ କରୁଛି । ଭାରତରେ ଏବେ ଅକ୍ସିଜେନ୍ ର ସଙ୍କଟ ଦେଖାଦେଇଥିବା ବେଳେ ଅନେକ ଲୋକ ଏହାର ଅଭାବରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହିଭଳି ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଛନ୍ତି ଅନେକ ଦେଶ । ଏହି ପରିପ୍ରେକ୍ଷୀରେ ହଂକଂ ମଧ୍ୟ ସହାଯୋଗର ହାତ ବଢ଼ାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାତିରେ ଭାରତକୁ ହଂକଂରୁ ୩୦୦ଟି ଅକ୍ସିଜେନ୍ କନସେନଟ୍ରେଟର୍ ଆସି ପହଞ୍ଚିଛି । ଇଣ୍ଡିଗୋ ଏୟାର ବିମାନରେ ହଂକଂ ରୁ ୩୦୦ ଅସ୍କିଜେନ କନସେନଟ୍ରେଟର ଓ ଅନ୍ୟାନ ମେଡିକାଲ ଉପକରଣ ଦିଲ୍ଲୀରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।

ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ଟୁଇଟ୍ କରି କହିଛନ୍ତି ଯେ, ହଂକଂ ଯୋଗାଇଥିବା ସମସ୍ତ ଚିକିତ୍ସା ସମାଗ୍ରୀ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିବ । ଖାଲି ହଂକଂ ନୁହେଁ ଏହା ପୁର୍ବରୁ ଋଷିଆ ମଧ୍ୟ ଅସ୍କିଜେନ କନସେନଟ୍ରେଟର ଓ ଭେଣ୍ଟିଲେଟର ଉପକରଣ ଆଦି ଭାରତକୁ ଯୋଗାଇଛି । ଏହା ସହିତ ପୂର୍ବରୁ ବ୍ରିଟେନରୁ ୧୨୦ ଅକ୍ସିଜେନ କନସେନଟ୍ରେଟର ଭାରତରେ ପହଞ୍ଚିଛି ।

 

Get real time updates directly on you device, subscribe now.