fbpx

ସମସ୍ତ ଅଫିସ୍ ପାଇଁ ଜାରି ହେଲା କୋଭିଡ୍ ଗାଇଡଲାଇନ୍

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆଶାତୀତ ଭାବେ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବା ସହ ଅନେକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କଟକଣା ଲାଗୁ କରାଯାଇଛି । ଏଣିକି ସରକାରୀ ଅଫିସ ୫୦ ପ୍ରତିଶତରୁ କମ୍ କର୍ମଚାରୀରେ କାର୍ଯ୍ୟ ଚାଲିବ । ଏନେଇ ବିଭାଗୀୟ ମୁଖ୍ୟମାନେ ନିଷ୍ପତ୍ତି ନେବେ । କର୍ମଚାରୀମାନେ ଘରେ ରହି ଅଫିସ କାର୍ଯ୍ୟ କରିପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୫ ତାରିଖରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ଏପ୍ରିଲ ୧୯ ତାରିଖରୁ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି କୁହାଯାଇଥିଲା । ମାତ୍ର କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବଢ଼ୁଥିବାରୁ ତାହାକୁ ହ୍ରାସ କରିବା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଫିସମାନଙ୍କରେ କର୍ମଚାରୀଙ୍କ ସଂକ୍ରମଣ ଅବସ୍ଥାକୁ ଦୃଷ୍ଟିରେ ରଖି ବିଭାଗୀୟ ମୁଖ୍ୟମାନେ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.