fbpx

ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଜବତ କଲା ରୋଜ ଭ୍ୟାଲି ଗ୍ରୁପର  ୩୦୪ କୋଟି ସମ୍ପତ୍ତି

ନୂଆ ଦିଲ୍ଲୀ, ୩୦/୦୪: ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରୋଜ ଭ୍ୟାଲି ସମୂହର କଂପାନୀ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ରୋଜ ଭ୍ୟାଲି ସମୂହର ୩୦୪ କୋଟିର ସ୍ଥାବର ଏବଂ ଅସ୍ଥାବର ସଂପତ୍ତକୁ ସିଜ କରିଛି । ମନି ଲେଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ରୋଗ ଭ୍ୟାଲି ଗ୍ରୁପ ବିରୋଧରେ ମାମଲା ଦାୟର ହୋଇଥିଲା । ଯାଞ୍ଚରୁ ଜଣା ପଡିଥିଲା କି ଏହି ଗ୍ରୁପର କଂପାନୀ ବିଭିନ୍ନ ନକଲି ଏବଂ କାଳ୍ପନିକ ଯୋଜନା ମାଧ୍ୟମରେ ଜନସାଧାରଣଙ୍କଠାରୁ ଅର୍ଥ ହଡପ କରିଥଲା ।

ଯାଞ୍ଚରୁ ଜଣାପଡିଥିଲା ଭାରତରେ ଓଡ଼ିଶା, ପଶ୍ଚିମ ବଙ୍ଗ, ତ୍ରିପୁରା, ଆସାମ,ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ଅନ୍ୟ ରାଜ୍ୟମାନଙ୍କରେ ଏହି ସଂସ୍ଥାର କଂପାନୀମାନେ ବିଭିନ୍ନ ସମ୍ପତ୍ତି ଏବଂ ସାଧାରଣ୍ ଲୋକଙ୍କୁ ଠାରୁ ଅବୈଧ ଭାବରେ ଟଙ୍କା ହଡପ କରିଥିଲା ।

ଯାଞ୍ଚ ପ୍ରକ୍ରିୟା ପରେ, ଇଡି ସମ୍ପତ୍ତିକୁ ଜବତ କରିଛି । ଇଡି ବିଶେଷ ପିଏମଏଲଏ (prevention of money laundering act) ଅନୁସାରେ ଅଦାଲତ ସମ୍ମୁଖରେ କଂପାନୀ ଏବଂ ଏହାର ନିର୍ଦ୍ଧେଶକଙ୍କ ବିରୋଧରେ ମାମଲା ରୁଜ କରିଛି ।

ପିଏମଏଲଏ ଅନୁଯାୟୀ ପଶ୍ଚିମ ବଙ୍ଗ, ତ୍ରିପୁରା ଏବଂ ଓଡ଼ିଶାରେ ରୋଜ ଭ୍ୟାଲି ଗ୍ରୁପ ଅଫ କଂପାନୀର ସଂପତ୍ତିକୁ ଜବତ କରିବା ପାଇଁ କୋଲକାତା ଜୋନାଲ ଅଫିସ- ଦ୍ୱାରା ଏକ ବିଶେଷ ଅଭିଯାନ କରାଯାଇଥିଲା, ଯାହାର ଫଳସ୍ୱରୂପ ୪୭ କୋଟି ୪୧୨ ସ୍ଥାୟୀ ଏବଂ ୨୫୭ କୋଟିର ଅସ୍ଥାୟୀ ସଂପତ୍ତି କୁ ଜବତ କରାଯାଇଛି । ଆଗକୁ ଯାଞ୍ଚ ମଧ୍ୟ ଜାରି ରହିଛି ।

Get real time updates directly on you device, subscribe now.