fbpx

ୟୁପିର ଏହି ଜିଲ୍ଲା ତଳେ ରହିଛି ୩,୦୦୦ ଟନ୍ ସୁନା

ନୂଆଦିଲ୍ଲୀ,୨୦ ।୨: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ୩ ହଜାର ଟନ୍ ସୁନା ମିଳିଛି । ଏହି ସୁନା ମାଟି ତଳେ ଦବି ରହିଥିବା ଜଣାପଡିଛି । ରାଜ୍ୟର ଖଣିଜ ବିଭାଗ ଏହାର ସନ୍ଧାନ କରିଛି । ଖୁବଶୀଘ୍ର ମାଟି ତଳୁ ସୁନା ବାହାର କରିବାକୁ କାମ ଆରମ୍ଭ ହେବ । ଜିଏସଆଇର ଟିମ୍ ଗତ ୧୫ ବର୍ଷ ହେବ ଏଠାରେ କାମ କରୁଥିଲେ । ୮ ବର୍ଷ ପୂର୍ବରୁ ମାଟି ତଳେ ସୁନା ଅଛି ବୋଲି ଟିମ୍ ସୂଚନା ଦେଇଥିଲା । ୟୁପି ସରକାର ଏବେ ସୁନାକୁ ବିକ୍ରି କରିବା ପାଇଁ ଇ-ନିଲାମି ପ୍ରକିୟା ଆରମ୍ଭ କରିଛନ୍ତି ।

ତେବେ ୨୦୦୫ ମସିହାରୁ ଜିଏସଆଇର ଟିମ୍ ସୁନାର ସନ୍ଧାନ ଆରମ୍ଭ କରିଥିଲେ । ବହୁ ଖୋଳତାଡ ପରେ ସୋନଭଦ୍ରରେ ସୁନାର ଠିକଣା ପାଇଥିଲେ । ସୋନଭଦ୍ରର ପାହାଡିଆ ଅଞ୍ଚଳରେ ସୁନା ଥିବା ଟିମ୍ ପକ୍ଷରୁ କୁହାଯାଇଥିଲା । ଜିଏସଆଇ ଅନୁସାରେ, ହରଦୀ କ୍ଷେତ୍ରରେ ୬୪୬.୧୫ କିଲୋଗ୍ରାମର ସୁନା ଥିବା ବେଳେ ସୋନ ପାହାଡରେ ୨୯୪୩.୨୫ ଟନ୍ ସୁନାର ଭଣ୍ଡାର ରହିଛି ।

Get real time updates directly on you device, subscribe now.