fbpx
BJD SKY
BJD SKY

ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି: ୩୦୩୬ଟି ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

BJD

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱାସ୍ଥ୍ୟ ବିଭାଗରେ ୩୦୩୬ଟି ପଦରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର, ଆସିଷ୍ଟାଣ୍ଟ ଡାଏଟିସିଆନ, ଇଞ୍ଜିନିୟର, ଲଣ୍ଡ୍ରି ସୁପରଭାଇଜର, ଷ୍ଟୋର ଅଫିସର, କ୍ୟାଶିୟର, ଅଡିଓଲୋଜିଷ୍ଟ ଆଣ୍ଡ ସ୍ପିଚ ସ୍ପେଶାଲିଷ୍ଟ, କୋଡିଂ କ୍ଲର୍କ, ସିଏସଏସଡି ଟେକ୍ନିସିଆନ୍ସ ଆଦି ୧୫ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।

ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ପ୍ରାର୍ଥୀଙ୍କୁ ନଭେମ୍ବର ମାସ ୧୭ ତାରିଖରୁ ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀମାନେ ଡିସେମ୍ବର ମାସ ୬ ଓ ୭ ତାରିଖରେ ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ଡିସେମ୍ବର ୧୨ ତାରିଖରେ ପ୍ରାର୍ଥୀଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ । ଏହାପରେ ୧୮ ଓ ୨୦ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ।

ଜେନେରାଲ / ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୩ ହଜାର ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ୨୪୦୦ ଟଙ୍କା ରହିଛି । ଦିବ୍ୟାଙ୍ଗଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ଅନୁଷ୍ଠିତ ହେବ । ନିମ୍ନରେ ପ୍ରଦତ୍ତ ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://creaiims.aiimsexams.ac.in/Login

ନୋଟିଫିକେସନ ଲିଙ୍କ: https://docs.aiimsexams.ac.in/sites/CRE-AIIMS_Advertisement_v7.pdf

Get real time updates directly on you device, subscribe now.