fbpx
BJD SKY
BJD SKY

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୨୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୯୪ ହଜାର ୧୦୪ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୪୦ ଜଣ ସୁସ୍ଥ ହୋଇଥିବା କଟକରୁ ୫୨୮, ଯାଜପୁରରୁ ୨୫୬, ବାଲେଶ୍ୱରରୁ ୨୨୦, ପୁରୀରୁ ୨୧୦, ଭଦ୍ରକରୁ ୧୫୭, ମୟୂରଭଞ୍ଜରୁ ୧୫୨, ଜଗତସିଂହପୁରରୁ ୧୫୨, ନୟାଗଡ଼ରୁ ୧୫୦, କେନ୍ଦ୍ରାପଡ଼ାରୁ ୧୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.