fbpx

ଜମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଆଇଇଡି ହମଲାରେ ବ୍ୟବହାର ହୋଇଥିଲା ଆରଡ଼ିଏକ୍ସ ଓ ନାଇଟ୍ରେଟ: ଫରେନସିକ ରିପୋର୍ଟ

ଶ୍ରୀନଗର: ଜମ୍ମୁ ବିମାନବନ୍ଦର ପରିସରରେ ଥିବା ବାୟୁସେନା ଷ୍ଟେସନରେ ଡ୍ରୋନ୍ ହମଲାରେ ବ୍ୟବହାର ହୋଇଥିବା ଆଇଇଡି, ଆରଡ଼ିଏକ୍ସ ଓ ନାଇଟ୍ରେଟ ଦ୍ୱାରା ତିଆରି କରାଯାଇଥିଲା । ଏନେଇ ଆଜି ଡ୍ରୋନ ହମଲା ଯାଞ୍ଚ କରୁଥିବା ଫରେନସିକ ଟିମ ସୂଚନା ଦେଇଛନ୍ତି । ଯାଞ୍ଚ ଅଧିକାରୀ ପୂର୍ବରୁ ଏହି କଥା ସନ୍ଦେହ କରୁଥିଲେ ଏବଂ ଆଜି ଏହାର ପ୍ରମାଣ ମିଳିଛି । ହମଲାରେ ୧.୫ କିଲୋ ଆରଡ଼ିଏକ୍ସ ଓ ଏକ ନାଇଟ୍ରେଟ ରସାୟନର ମିଶ୍ରଣ ଥିଲା ଏବଂ ଅନ୍ୟ ଆଇଇଡିରେ ଅଧିକ ସଂଖ୍ୟାରେ ବଲ ୱାୟରିଙ୍ଗ ଥିଲା ବୋଲି କହିଛନ୍ତି ଯାଞ୍ଚ ଅଧିକାରୀ । ପ୍ରଥମ ଆଇଇଡି ଷ୍ଟେସନର ଢାଞ୍ଚାକୁ କ୍ଷତି ପହଞ୍ଚାଇବାକୁ କରାଯାଇଥିଲା ଏବଂ ଅନ୍ୟଟି ଯବାନଙ୍କ ଜୀବନ ନେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା ବୋଲି ଆଶଙ୍କା ପ୍ରକାଶ କରାଯାଇଛି ।

ଅଧିକାରୀ କହିଛନ୍ତି ଯେ ଏହିଭଳି ଆଇଇଡି ତିଆରି କରିବା ଏକା ଲସ୍କର କିମ୍ବା ଜୈଶ ଭଳି ଆତଙ୍କବାଦୀଙ୍କ କାମ ନୁହେଁ । ସୂଚନା ଅନୁଯାୟୀ, ଜାମ୍ମୁ ବିମାନବନ୍ଦର ପରିସରରେ ବାୟୁସେନା ଷ୍ଟେସନରେ ଜୁନ ୨୭ ତାରିଖ ଶନିବାର ରାତିରେ ଡ୍ରୋନ ହମଲା ହୋଇଥିଲା । ଏଥିରେ ୨ ଯବାନ ଆହତ ହୋଇଥିଲେ । ପାକିସ୍ତାନ ସ୍ଥିତ ଆତଙ୍କବାଦୀଙ୍କ ଦେଶର କୌଣସି ମହତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଏହା ପ୍ରଥମ ଡ୍ରୋନ ହମଲା ।

Get real time updates directly on you device, subscribe now.