fbpx
BJD SKY
BJD SKY

ଦୁର୍ଘଟଣାକୁ ଅନାଇ ବସିଛି ଅଶୁଭ ରାଜପଥ: ୨୮ ବର୍ଷରେ ଗଙ୍ଗୋତ୍ରୀ ନେଲାଣି ୩୩୪ ଜଣଙ୍କ ଜୀବନ, କ’ଣ ରହିଛି ରହସ୍ୟ

BJD

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଘଟିଥିଲା ଏକ ବଡ଼ ଅଘଟଣ । ୩୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିବା ସହିତ ୨୭ ଜଣ ଆହତ ହୋଇଥିଲେ । ବସଟି ଏକ ବିରାଟ ଘାଇ ଭିତରକୁ ଖସି ପଡ଼ିଥିଲା । ତେବେ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ଏକ ନୂଆ କଥା ନୁହେଁ ।

ଗତ ୨୮ ବର୍ଷ ତଳର ଇତିହାସ ପୃଷ୍ଠା ଓଲଟାଇଲେ ଜଣାପଡ଼େ, ଏହି ଅବଧି ମଧ୍ୟରେ ୧୮ଟି ବଡ଼ ଦୁର୍ଘଟଣା ଘଟିଯାଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୩୩୪ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି । ଏଥିସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ୨୦୧୯ରେ ଉତ୍ତରକାଶୀ ଜିଲ୍ଲାରେ ସର୍ବାଧିକ ୨୩ଟି ସଡ଼କ ଦୁର୍ଘଟଣା ଘଟିଥିଲା । ତେବେ ଅତୀତର ଏହି ଦୁର୍ଘଟଣା ତଥ୍ୟକୁ ଦେଖିଲେ ମନରେ ଭୟ ସୃଷ୍ଟି ହୁଏ । କାହିଁକି ଉତ୍ତରକାଶୀ ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଘଟୁଛି, କାହିଁକି ଗଙ୍ଗୋତ୍ରୀ ରାଜପଥ ନିରୀହ ଜନତାଙ୍କ ଉପରେ ଏପରି ପ୍ରତିଶୋଧ ନେଉଛି, ଏପରି ଅନେକ ପ୍ରଶ୍ନର ଉତ୍ତରରେ କାହା ପାଖରେ ନାହିଁ?

୨୦୨୩ ଅଗଷ୍ଟ ୨୦- ୭ ମୃତ ଓ ୨୮ ଆହତ, ୨୦୨୨ ନଭେମ୍ବର ୧୯- ୫ ମୃତ ଓ ୧ ଆହତ, ୨୦୨୨ ଜୁନ ୫- ୨୫ ମୃତ ଓ ୫ ଆହତ, ୨୦୧୮ ନଭେମ୍ବର ୧୮- ୧୪ ମୃତ ଓ ୧୪ ଆହତ, ୨୦୧୮ ଅକ୍ଟୋବର ୫- ୧୦ ମୃତ, ୨୦୧୮ ସେପ୍ଟେମ୍ବର ୩- ୧୪ ମୃତ, ୨୦୧୭ ଜୁନ ୪- ୧୨ ମୃତ, ୨୦୧୭ ମେ ୨୩- ୨୭ ମୃତ, ୨୦୧୩ ଜୁଲାଇ ୨୯- ୧୩ ମୃତ, ୨୦ ଆହତ, ୨୦୧୨ ଜୁଲାଇ ୧୬- ୫ ମୃତ, ୨୦୧୦ ଅଗଷ୍ଟ ୧- ୨୭ ମୃତ, ୨୦୦୯ ଜୁଲାଇ ୧୦- ୧୨ ମୃତ, ୨୦୦୯ ଜୁଲାଇ ୪- ୪୦ ମୃତ, ୨୦୦୮ ଜୁଲାଇ ୨୧- ୧୪ ମୃତ, ୨୦୦୮ ଜୁଲାଇ ୩- ୧୩ ମୃତ, ୨୦୦୬ ଜୁଲାଇ ୯- ୨୨ ମୃତ, ୨୦୦୩ ଜୁନ ୯- ୪ ମୃତ, ୧୯୯୫ ସେପ୍ଟେମ୍ବର ୨୦- ୭୦ ମୃତ ।

Get real time updates directly on you device, subscribe now.