fbpx
BSKY SKY
BSKY SKY

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୫୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୯୦ ହଜାର ୭୭୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି କଟକରୁ ସର୍ବାଧିକ ୪୮୪ ଜଣ ସୁସ୍ଥ ହୋଇଥିବା ଖୋର୍ଦ୍ଧାରୁ ୩୮୬, ଯାଜପୁରରୁ ୨୯୦, ବାଲେଶ୍ୱରରୁ ୨୭୮, ପୁରୀରୁ ୨୨୯, ମୟୂରଭଞ୍ଜରୁ ୧୯୭, ନୟାଗଡ଼ରୁ ୧୭୪, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୩୬, ଅନୁଗୁଳରୁ ୧୧୦, କେନ୍ଦ୍ରାପଡ଼ାରୁ ୧୧୦, ଢେଙ୍କାନାଳରୁ ୧୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.