fbpx

ଏହି ସହରରେ ଲାଗିଲା ୩୬ ଘଣ୍ଟିଆ କର୍ଫ୍ୟୁ, ଜାଣନ୍ତୁ କେଉଁଠି?

ମୁମ୍ବାଇ,୧୯ । ୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ନିଦ ହଜାଇଛି କରୋନା ଭାଇରସ୍ । ରାଜ୍ୟରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ନଜରରେ ରଖି ୱାର୍ଦ୍ଧା ଜିଲ୍ଲାରେ ଶନିବାର ରାତି ୮ରୁ ସୋମବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ମେଡିକାଲ ଷ୍ଟୋର ଏବଂ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅନ୍ୟମାନଙ୍କୁ କର୍ଫ୍ୟୁ ସମୟରେ ଘରୁ ବାହାରିବା ମନା ହୋଇଛି । ଏହି ସମୟରେ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିର୍ଦେଶ ଜାରି କରାଯାଇଛି । ୱାର୍ଦ୍ଧା ଜିଲ୍ଲାପାଳ ପ୍ରେରଣା ଏଚ୍ କହିଛନ୍ତି କରୋନା ସଂକ୍ରମଣକୁ ଦୃଷ୍ଟିରେ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ୍ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି । ତେବେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୫୪୨୭ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୮ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି ।

Get real time updates directly on you device, subscribe now.