ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୩ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୧୪୪ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୪୯ ଆକ୍ରାନ୍ତ ଥିବା ଜଣାପଡିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୧, ଷ୍ଟେଟପୁଲରୁ ୪୧, ବାଲେଶ୍ୱରରୁ ୭, ଭଦ୍ରକରୁ ୪, ସୁନ୍ଦରଗଡ଼ରୁ୧୩, ଜଗତସିଂପୁରରୁ ୭, ସମ୍ବଲପୁରରୁ ୫, ନୂଆପଡ଼ାରୁ ୭, ପୁରୀରୁ ୪ , ଯାଜପୁରରୁ ୪ ଜଣ ମୟୁରଭଞ୍ଜରୁ ୨ ଜଣ , ଝାରସୁଗୁଡ଼ା ୨, ରାୟଗଡ଼ାରୁ ୫, ଗଂଜାମରୁ, ଢେଙ୍କାନାଳ,କେଉଁଝର, କଳାହାଣ୍ଡି, ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୫୩୮କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୧୩୧୦ ଥିବା ବେଳେ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Covid-19 Report For 2nd July
New Positive Cases: 346
Of which 0-18 years: 49
In quarantine: 202
Local contacts: 144(Details of local contacts will be shared by concerned District)
1. Balasore: 7
2. Bhadrak: 4
3. Cuttack: 51
4. Dhenkanal: 1
5. Ganjam: 1
6. Jagatsinghpur: 7— I & PR Department, Odisha (@IPR_Odisha) July 3, 2022