fbpx
BJD
BJD SKY
BJD SKY

ରାତାରାତି ତିଆରି ହେଲା ଭଙ୍ଗା ପୋଲ: ଅମରନାଥ ଯାତ୍ରୀଙ୍କ ପାଇଁ ଇଣ୍ଡିଆନ ଆର୍ମିର ପ୍ରସ୍ତୁତି

BJD

ଶ୍ରୀନଗର: ଭୁସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ପୋଲକୁ ପୁନଃ ନିର୍ମାଣ କରିଛନ୍ତି ଇଣ୍ଡିଆନ ଆର୍ମିର ଯବାନ । ବିପର୍ଯ୍ୟୟ ଯୋଗୁଁ ଦୁଇ ପୋଲ ଭାସିଯିବାରୁ ଅମରନାଥ ଯାତ୍ରାରେ ବାଧା ଉପୁଜିଥିଲା । ତେବେ ଗୁରୁବାର ଏବଂ ଶୁକ୍ରବାର ମଧ୍ୟରାତ୍ରରେ ଭାରତୀୟ ସେନାର ବୀର ଯବାନଙ୍କ ଚେଷ୍ଟାରେ ଏହା ପୁଣିଥରେ ପ୍ରସ୍ତୁତ ହୋଇପାରିଛି ।

ଖୁବ କମ ସମୟ ମଧ୍ୟରେ ପୋଲ ନିର୍ମାଣ କରି ରେକର୍ଡ ସୃଷ୍ଟି କରିଛି ଭାରତୀୟ ସେନା । ତାପମାତ୍ରା ବୃଦ୍ଧି ଯୋଗୁଁ ଅଚାନକ ବନ୍ୟା ଆସିବାରୁ ଏଠାରେ ଭୁସ୍ଖଳନ ହୋଇଥିଲା । ଯାହା ଫଳରେ ଏହି ପୋଲଗୁଡିକ ଭାଙ୍ଗି ଯାଇଥିଲା ।ତେବେ ଚିନାର କୋରକୁ ଏହି ପୋଲ ନିର୍ମାଣ ପାଇଁ ଅନୁରୋଧ କରିଥିଲେ ନାଗରିକ ପ୍ରଶାସନ ।

ଏହାପରେ ପୋଲ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥିଲେ ଚିନାର କୋର । ଏଥିପାଇଁ ହେଲିକପ୍ଟର ସହିତ ଅନ୍ୟାନ୍ୟ ସାମଗ୍ରୀର ବ୍ୟବସ୍ଥା ନିଜେ ଭାରତୀୟ ସେନା କରାଇଥିଲେ । ଏହାପରେ ଅନ୍ଧାର, ଖରାପ ମୌସୁମୀ ଭଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ କରି ମଧ୍ୟ ପୋଲ ନିର୍ମାଣରେ ସଫଳତା ପାଇଛି ଇଣ୍ଡିଆନ ଆର୍ମି । ଯାହା ଫଳରେ ପୁଣିଥରେ ଅମରନାଥ ଯାତ୍ରା ସ୍ୱାଭାବିକ ହୋଇଛି ।

Get real time updates directly on you device, subscribe now.