fbpx

ରାସ୍ତାକଡକୁ ଖସିଲା ଘରୋଇ ବସ: ୨୦ରୁ ଅଧିକ ଯାତ୍ରୀ ଆହତ

ଖୋର୍ଦ୍ଧା: ଦୁର୍ଘଟଣାର ଶିକାର ହୋଇଛି ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ । ଭାରସାମ୍ୟ ହରାଇ ବସଟି ରାସ୍ତାକଡକୁ ଖସି ପଡିଥିବା ଜାଣିବାକୁ ମିଳିଛି । ତେବେ ଏହି ଦୁର୍ଘଟରାରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ବାଙ୍କୀରୁ ଭୁବନେଶ୍ୱର ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଛି ଏକ ଘରୋଇ ବସ । ବାଘମାରୀ ରାସ୍ତାର ସିମୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଭାରସାମ୍ୟ ହରାଇ ରାସ୍ତାକଡକୁ ବସଟି ଖସି ପଡିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନଥିଲେ ମଧ୍ୟ ପ୍ରାୟ ୨୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.