fbpx
BJD SKY
BJD SKY

ବିଜେପିରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ ୩୫ ଜଣ ନେତା

BJD

ନୂଆଦିଲ୍ଲୀ: ଚଳିତ ମାସରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ବିଜେପି ଶିବିରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩୫ ଜଣ ନେତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଯାଇଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ମତଦାନ ଆସନ୍ତା ୧୭ ତାରିଖରେ ହେବ ।

ସୂଚନା ମୁତାବକ, ୨୦୨୩ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେତାମାନଙ୍କୁ ଦଳ ୬ ବର୍ଷ ପାଇଁ ବହିଷ୍କାର କରିଛି । ସେହି ନେତାଙ୍କ ମଧ୍ୟରେ ବହୁ ପୂର୍ବତନ ମନ୍ତ୍ରୀ ଓ ଅନ୍ୟ କିଛି ଜନପ୍ରତିନିଧି ରହିଛନ୍ତି । ଚଳିତ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କ ବିରୋଧରେ ଏହି ନେତାମାନେ ବିଦ୍ରୋହ କରିବା ସହିତ ବିରୋଧୀ ଦଳକୁ ସମର୍ଥନ ଜଣାଇଥିଲେ ।

ନିର୍ବାଚନର ନାମାଙ୍କନ ପ୍ରତ୍ୟାହାରର ଅନ୍ତିମ ଦିବସ ଶେଷ ହେବା ପରେ ଏହି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଦଳ ଛାଡ଼ିଥିବା ଲୋକଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ପାଇଁ ଦଳ ପକ୍ଷରୁ ସମୟ ଦିଆଯାଇଛି । ଏହା ପୂର୍ବରୁ କଂଗ୍ରେସ ମଧ୍ୟ ୩୯ ଜଣ ନେତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ କାରଣରୁ ୬ ଜଣ ବିଧାୟକଙ୍କ ସମେତ ଏହି ସମସ୍ତ ନେତାଙ୍କ ବିରୋଧରେ କଡ଼ା ଆକ୍ସନ ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.