fbpx

ଏଣିକି ରାଶନ ଦୋକାନରେ ମିଳିବ ୩୫ ପ୍ରକାର ଜିନିଷ: ସରକାରଙ୍କ ବଡ଼ ଘୋଷଣା, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ନିକଟରେ ସରକାରଙ୍କ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ରାଶନ ଦୋକାନଗୁଡ଼ିକରେ ୩୫ ପ୍ରକାରର ଜିନିଷ ମିଳିବ । ରାଶନ ଦେକାନରେ ଏଣିକି ଶିଶୁଙ୍କ କପଡ଼ା, ମିଠା, ରେନକୋଟ ଆଦି ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବ ।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସରକାରୀ ରାଶନ ଦୋକାନ ଏବେ ‘ସରକାରୀ ସୁପର ମାର୍କେଟ’ରେ ରୂପାନ୍ତରିତ ହୋଇଯାଇଥିବ ଚାରିଆଡ଼େ ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଏହି ଲିଷ୍ଟରେ କ୍ଷୀର, ବ୍ରେଡ, ମସଲା, ବ୍ୟୁଟି ସାମଗ୍ରୀ, ଛତା, ଟର୍ଚ, ଗୁଡ଼, ଘିଅ, ଲୁଣ, ମିଠା, ବାଦାମ, ଅମୂଲ, ଶିଶୁଙ୍କ କପଡ଼ା, ରାଜମା, ସୋୟାବିନ, କ୍ରୀମ, ଧୂପବତୀ, ପାନିଆ, ଶୀଶା, ଝାଡ଼ୁ, ରେନକୋଟ, ତାଲା, ଡିଟରଜେଣ୍ଟ, ୱାଲ ହ୍ୟାଙ୍ଗର, ସାବୁନ, ଦିଆସିଲି, ଦଉଡ଼ି, ବାଲଟି, ମଗ, ଘଣ୍ଟା, ହ୍ୟାଣ୍ଡୱାଶ, ବାଥରୁମ କ୍ଲିନର, ଡାଇପର, ବେବି ସାବୁନ, ସସାଜ ତେଲ, ବଡି ଲୋସନ ଆଦି ମିଳିବ ।

ତେବେ ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଗରିବ ଲୋକମାନେ ଗୋଟିଏ ଛାତ ତଳେ ଅନେକ ପ୍ରକାରର ନିତ୍ୟବ୍ୟବହୃତ ସାମଗ୍ରୀ ପାଇପାରିବେ । ଆଗାମୀ ଦିନରେ ରାଜ୍ୟରେ ନୂଆ ମଡେଲର ଦୋକାନ ନିର୍ମାଣ କରାଯିବ । ଅନ୍ନପୂର୍ଣ୍ଣା ମଡେଲ ଦୋକାନ ନିର୍ମାଣ ଗ୍ରାମ ସଚିବାଳୟର ନିକଟସ୍ଥ ଗ୍ରାମସଭା ଜମିରେ କରାଯିବ । ଏହି ପାଇଲଟ ପ୍ରୋଜେକ୍ଟ ପାଇଁ ବରେଲିରେ ୫୨ଟି ଅନ୍ନପୂର୍ଣ୍ଣ ମଡେଲ ଦୋକାନ ନିର୍ମାଣ ଚାଲିଥିବା ବେଳେ ଆଗକୁ ସମସ୍ତ ଜିଲ୍ଲାରେ ଏହା ଲାଗୁ କରାଯିବ ।

Get real time updates directly on you device, subscribe now.