fbpx

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରକୁ ନବୀକରଣ କରାଯିବ: ଛାତ୍ରଛାତ୍ରୀଙ୍କୁ ମିଳିବ ୱାଇଫାଇ ଓ ଫୁଡକୋଟ ସୁବିଧା, ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରହି ଅନେକ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥାନ୍ତି । ଅନେକ ସମୟରେ ଛାତ୍ରଛାତ୍ରୀମାନେ ଏନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ସେମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟ ସରକାର ରାଜଧାନୀର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରକୁ ନବୀକରଣ କରିବେ । ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ପାଠାଗାର ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି ।

ହରେକୃଷ୍ଣ ମହତାବ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ହୋଇଥିବା ବେଳେ ଏଠାକୁ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ପଢ଼ିବାକୁ ଆସିଥାନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ସେହିପରି ଅନେକ ଯୁବବର୍ଗ ଏହି ପାଠାଗାରକୁ ଅଧ୍ୟୟନ କରିବାକୁ ଆସିଥାନ୍ତି । ତେବେ ପାଠାଗାରଟି ବହୁ ପୁରୁଣା ହୋଇଯାଇ ଥିବାରୁ ସେଠାରେ ଥିବା ଚୌକି, ଟେବୁଲ, ଆସବାବପତ୍ର, ଚଟାଣକୁ ନବୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପାଠାଗାର ମଧ୍ୟରେ କିପରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ବସି ଅଧ୍ୟୟନ କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ଲାଇବ୍ରେରୀରେ କମ୍ପିଟିଟିଭ୍ ମାଗାଜିନ ରଖାଯିବା ସହ ଲାଇବ୍ରେରୀକୁ ସମ୍ପୂର୍ଣ୍ଣ ଆଇଟି ପ୍ରକ୍ରିୟା ଦ୍ୱାରା ପରିଚାଳିତ କରାଯିବ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ମୋଟିଭେସନ ଟକ’ର ଆୟୋଜନ କରାଯିବ । ପାଠାଗାରରେ ୱାଇଫାଇ ସୁବିଧା ମିଳିବା ସହିତ ଏକ ଫୁଡକୋର୍ଡ ଖୋଲାଯିବ । ଏଥି ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ । ଲାଇବ୍ରେରୀର ଭିଡ଼କୁ ହ୍ରାସ ପାଇ ବାପୁଜିନଗରରେ ଏକ ଜନ ଲାଇବ୍ରେରୀ ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.