fbpx

ରାଜ୍ୟରେ ଆଉ ୩୫୮ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୬।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୨୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୪୩ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୬ ଜଣ, ଅନୁଗୁଳ ଜିଲ୍ଲାରୁ ୨୯ ଜଣ, କଟକ ଜିଲ୍ଲାରୁ ୨୬ ଜଣ, ମୟୁରଭଂଜ ଜିଲ୍ଲାରୁ ୨୩ ଜଣ, ବରଗଡ଼, ଭଦ୍ରକ, ବଲାଙ୍ଗୀର ଜିଲ୍ଲାରୁ ୧୯-୧୯ ଜଣ, ପୁରୀ ଜିଲ୍ଲାରୁ ୧୮ ଜଣ, ନୂଆପଡ଼ା ଜିଲ୍ଲାରୁ ୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ ଓ କେନ୍ଦୁଝର ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ଆଜି ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୮ ଜଣ, ଯାଜପୁର ଜିଲ୍ଲାରୁ ୭ ଜଣ, କଳାହାଣ୍ଡି, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ ଜଣ ଲେଖାଏଁ, ଗଂଜାମ, ନବରଂଗପୁର ଜିଲ୍ଲାରୁ ୫-୫ ଜଣ, ମାଲକାନଗିରି ଜିଲ୍ଲାରୁ ୪ ଜଣ, ଦେବଗଡ଼ ଜିଲ୍ଲାରୁ ୩ ଜଣ, ଢେଙ୍କାନାଳ, ଗଜପତି, କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ, ନୟାଗଡ଼ ଜିଲ୍ଲାରୁ ଜଣେ ଓ ରାଜ୍ୟପୁଲରୁ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Get real time updates directly on you device, subscribe now.