fbpx

ସେଲଫି ହେଲା କାଳ: ଟ୍ରେନ୍ ସହ ଜଳିଗଲେ ଯୁବକ

ପାରଳାଖେମୁଣ୍ଡି,୧୬ ।୧୨(ଓଡିଶା ଭାସ୍କର): ଆଜିକାଳିର ଯୁବପିଢିମାନଙ୍କୁ ସେଲଫି ନିଶା ଘାରିଛି । ଏଥିପାଇଁ କେତେ ଯେ ଜୀବନ ଗଲାଣି, ତାହାର ଠିକଣା ନାହିଁ । ଏହାରି ମଧ୍ୟରେ ଟ୍ରେନ ବଗିରେ ଚଢି ସେଲଫି ନେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଟ୍ରେନ୍ ବଗିରେ ଚଢି ସେଲଫି ନେଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ । ଯୁବକ ଜଳିଯିବା ସହ ଟ୍ରେନରେ ଗୋଟିଏ ବଗିରେ ମଧ୍ୟ ନିଆଁ ଲାଗିଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବାବେଳେ ଯୁବକଙ୍କ ସହ ଘଟିଛି ଏହି ଅଘଟଣ ।

ତେବେ କିଛି ଦିନ ହେବ ଷ୍ଟେସନରେ ସେହି ଟ୍ରେନଟି ଛିଡା ହୋଇଥିବା ସୂଚନା ମିଳିଛି । କୋଭିଡ ରୋଗୀଙ୍କ ପାଇଁ ପୃଥକବାସ କେନ୍ଦ୍ର ହୋଇଥିଲା ସମ୍ପୃକ୍ତ ଟ୍ରେନ୍ ବଗି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Get real time updates directly on you device, subscribe now.