fbpx

ଫେବ୍ରୁଆରି ୨୩ରୁ ଓଡିଆରେ JEE ମେନ୍ ପରୀକ୍ଷା

ନୂଆଦିଲ୍ଲୀ,୧୬ ।୧୨: ଫେବ୍ରୁଆରି ୨୩ରୁ ୨୬ ତାରିଖ ଯାଏଁ ହେବ JEEଇ ମେନ୍ ପରୀକ୍ଷା । ଓଡିଆ ସମେତ ମୋଟ ୧୩ଟି ଭାଷାରେ JEE ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି ।

ତେବେ ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ ଓ ମେରେ ୪ଟି ପର୍ଯ୍ୟାୟରେ JEE ମେନ୍ ପରୀକ୍ଷା ହେବ । JEE ମେନର ସବୁ ବିଷୟରେ କମ୍ପୁଟର ଭିତ୍ତିକ ପରୀକ୍ଷା ହେବ । କେବଳ B.Arch ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅଫଲାଇନରେ ହେବ । ପରୀକ୍ଷା ଶେଷ ହେବାର ୪-୫ ଦିନରେ ଫଳ ପ୍ରକାଶ ପାଇବ । JEE ମେନ୍ ପରୀକ୍ଷାରେ ମୋଟ୍ ୯୦ଟି ପ୍ରଶ୍ନ ରଖିବାକୁ ଏନଟିଏ ନିଷ୍ପତ୍ତି ନେଇଛି । ପରୀକ୍ଷାର୍ଥୀଙ୍କୁ ଯେକୌଣସି ୭୫ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ବାକି ୧୫ଟି ପ୍ରଶ୍ନ ଇଚ୍ଛାଧୀନ ରହିବ । ସେଗୁଡିକ ଭୁଲ୍ ହେଲେ ବି ନମ୍ବର କଟିବ ନାହିଁ ।

Get real time updates directly on you device, subscribe now.