fbpx

ପୁଣି ଜେଲ ଗଲେ ଆକାଶ ପାଠକ

ଭୁବନେଶ୍ୱର,୧୬ ।୧୨(ଓଡିଶା ଭାସ୍କର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ମାମଲାର ଛାନଭିନରେ ଲାଗିଛି କ୍ରାଇମବ୍ରାଞ୍ଚ । ଗିରଫ ହେବା ପରେ ଉଭୟଙ୍କ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଅଧିକ ପଚରାଉଚରା କରୁଥିଲା । ଏହାରି ମଧ୍ୟରେ ରିମାଣ୍ଡ ଅବଧି ଶେଷ ହେବାରୁ ଆଜି କୋର୍ଟରେ ହାଜର ହୋଇଥିଲେ ଆକାଶ । ଏହା ପରେ ଆକାଶ ପୁଣି ଥରେ ଜେଲ ଯାଇଛନ୍ତି ।

ତେବେ ଆକାଶଙ୍କୁ ପାଞ୍ଚଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଚାକିରୀ ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ଜେରା କରୁଥିଲା ।

Get real time updates directly on you device, subscribe now.