fbpx
BSKY
BJD SHG SKY
BJD YOUTH SKY

ପୁଣି ଡରାଉଛି କରୋନା: ଗତ ୨୪ ଘଣ୍ଟା ମଧ୍ୟରେ ୩୬୮୮ ନୂଆ ମାମଲା, ୫୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ତୀବ୍ର ଭାବେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୩,୬୮୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨,୭୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସମୟରେ ୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ହିସାବରେ, ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୪,୩୦,୭୨,୧୭୬କୃ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୫,୨୩,୮୦୩ ଲୋକଙ୍କ ଚାଲିଯାଇଥିବା ବେଳେ ୪,୨୫,୩୩,୩୭୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୮,୬୮୪ ସକ୍ରିୟ ମାମଲା ରହିଛି ।

ଶୁକ୍ରବାର ଦିନ ଦେଶରେ କରୋନାର ୩୩୭୭ ନୂଆ ମାମଲା ଚିହ୍ନଟ ହୋଇଥିଲା । ଅର୍ଥାତ୍ ଆଜି ୩୧୧ ରୋଗୀ ଅଧିକ ଚିହ୍ନଟ ହୋଇଛନ୍ତି । ଅବଶ୍ୟ ଗତକାଲି ମୃତ୍ୟୁ ସଂଖ୍ୟା ୬୦ ଥିବା ବେଳେ ଆଜି ୫୦ ରହିଛି । କରୋନାର ଅଧିକ ମାମଲା ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନାର ୧୬୦୭ ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି ।

 

Get real time updates directly on you device, subscribe now.