fbpx

ଦେଶରେ ପୁଣି ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୩୭ ହଜାରରୁ ଅଧିକ ନୂଆ ପଜିଟିଭ

ନୂଆଦିଲ୍ଲୀ,୨୪/୦୮: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାରେ ନା ଧରୁନି। କିଛି ଦିନ କରୋନା ଗ୍ରାଫ୍ ଖସିବା ପରେ ପୁଣି ଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩୭,୫୯୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୬୪୮ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ୩୪,୧୬୯ ଜଣ ଆରୋଗ୍ୟଲାଭ କରିଛନ୍ତି ।

 

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୨୫,୧୨,୩୬୬ କୁ ବୃଦ୍ଧି ପାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩,୧୭,୫୪,୨୮୧ ଜଣ ଆରୋଗ୍ୟଲାଭ କରିସାରିଲେଣି। ମୃତ୍ୟୁସଂଖ୍ୟା ୪,୩୫,୭୫୮ରେ ପହଞ୍ଚିଛି । ଦେଶରେ ଏବେ ସକ୍ରିୟ ରୋଗୀ ସଂଖ୍ୟା ରହିଛି ୩,୨୨,୩୨୭ ।ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦିଆଯାଇଛି। ଦେଶରେ ଏପର୍ଯ୍ୟନ୍ତ ୫୯ କୋଟି ୫୫ ଲକ୍ଷ ୪ ହଜାରରୁ ଅଧିକ ଡୋଜ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯାଇସାରିଲାଣି ।

Get real time updates directly on you device, subscribe now.