fbpx

ବିଦ୍ୟୁତ ଯାନକୁ ଓଡ଼ିଶାର ପ୍ରୋତ୍ସାହନ, ଜାଣନ୍ତୁ କାହାକୁ ମିଳିବ କେତେ ରିହାତି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏହା ବ୍ୟତୀତ ପ୍ରଦୂଷଣ ରୋକିବାକୁ ବି ବିଦ୍ୟୁତ ଯାନର ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବ ଓଡ଼ିଶା, ଯେଉଁଥିରେ ବିଦ୍ୟୁତ ଚାଳି ଯାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ବିଦ୍ୟୁତ ଚାଳି ଯାନ କିଣିବାକୁ ପ୍ରୋତ୍ସାହନ ଦେବେ ସରକାର । ୨ ଚକିଆ ଯାନ ପାଇଁ ସରକାର ୫ ହଜାର ଟଙ୍କାର ରିହାତି ଦେବେ ।

ସେହିପରି ୩ ଚକିଆ ଯାନ ପାଇଁ ୧୨ ହଜାର ଟଙ୍କାର ରିହାତି ମିଳିବା ସହ ୪ ଚକିଆ ଯାନ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କାର ରିହାତି ଦେବେ ସରକାର । ସରକାରୀ ଅଫିସ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ । କମ୍ପାନୀ ମଧ୍ୟ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ । ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ଓଡ଼ିଶା ସରକାର । ଏହା ବ୍ୟତୀତ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରିପାରନ୍ତି ସରକାର । ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ଏହା ମାଦ୍ୟମରେ ପ୍ରୋତ୍ସାହିତ କରାଯିବ । ବିଦ୍ୟୁତ୍ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ପ୍ରୋତ୍ସାହନ ମିଳିବ ।

Get real time updates directly on you device, subscribe now.