fbpx
BSKY SKY
BSKY SKY

ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିବ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ

BSKY

ନୂଆଦିଲ୍ଲୀ: ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା ସ୍ଥଳସେନାକୁ ମିଳିବ ଅତ୍ୟାଧୁନିକ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ୍‌-୪୦୦ । ଋଷର ଏୟାର ଆଣ୍ଡ ଡିଫେନ୍ସ କର୍ଣ୍ଣସର୍ନ କମ୍ପାନୀର ଏକ ଉଚ୍ଚପଦସ୍ଥ ଅଧିକାରୀ ସୋମବାର ଏନେଇ ସୂଚନା ଦେଇଛନ୍ତି ।ଏହି ଡିଫେନ୍ସ ମିସାଇଲ୍‌ ସିଷ୍ଟମ ମିଳିବା ପରେ ଭାତରର ସୁରକ୍ଷା ଅଭେଦ ହୋଇଯିବ । କାରଣ ଏହା ହେଉଛି ବିଶ୍ୱର ସର୍ବୋତ୍ତମ ମିସାଇଲ୍‌ଅସ୍ତ୍ର । ଭୂ-ପୃଷ୍ଠର ଆକାଶକୁ ନିକ୍ଷେପ ହୋଇପାରୁଥିବା ଏହି ବିଧ୍ୱଂସୀ ରକ୍ଷା କବଚ ବର୍ଷ ଶେଷସୁଦ୍ଧା ସେନାକୁ ମିଳିବ । ମସ୍କୋ ସ୍ଥିତ ‘ଆନ୍ତର୍ଜାତୀୟ ମିଲିଟାରୀ ଟେକନିକାଲ ଫୋରମ-୨୦୨୧’ କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନୀର ଡେପୁଟି ସିଇଓ ବ୍ୟାଚେସ୍ଲାବ ଡିଜିରକଲ୍ନ ଏହା କହିଛନ୍ତି ।

କମ୍ପାନୀର ଡେପୁଟି ସିଇଓ ବ୍ୟାଚେସ୍ଲାବ ଆହୁରି କହିଛନ୍ତି କି ଋଷ-ଭାରତ ସରକାର ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ମିସାଇଲ ଡେଲିଭରି ହୋଇଯିବ । ଏବେ ଭାରତୀୟ ସେନାର ଯବାନ ଅଧିକାରୀ ମାନେ ଏସ୍‌-୪୦୦ ର ପରିଚାଳନା ବ୍ୟବାହର ମସ୍କୋରେ ତାମିଲ ନେଉଛନ୍ତି । ପ୍ରଥମ ବ୍ୟାଚ ଅଧିକାରୀ ଯବାନଙ୍କ ତାଲିମ ଶେଷ ହୋଇଥିବା ବେଳେ ଦ୍ୱିତୀୟ ବ୍ୟାଚର ତାଲିମ ଜାରି ରହିଛି । ଚଳିତ ମାସ ଶେଷ ସୁଦ୍ଧା ତାଲିମ ପାଇଁ ଆହୁରି ୧୦୦ ଜଣ ସେନା ଅଧିକାରୀ ଓ ଯବାନ ଋଷିଆ ଯାତ୍ରା କରିବେ।ସେହିପରି ବ୍ୟାଚେସ୍ଲାବ କହିଛନ୍ତି ଏସ୍‌-୪୦୦ ର ଯନ୍ତ୍ରାଶଂ ପରିଚାଳନା ଓ ବ୍ୟବହାର ପାଇଁ ଭାରତୀୟ ସେନା ପାଖରେ ଦକ୍ଷତା ରହିଛି । ଭାରତୀୟ ସେନାକୁ ଏସ୍‌-୪୦୦ ଆହୁରି ଶକ୍ତିଶାଳୀ କରିବ । ସେନାକୁ ଶକ୍ତିଶାଳୀ କରିବା ପାଇଁ ଅକ୍ଟୋବର ୨୦୧୮ ରେ ଋଷ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଥିଲା ।

ଚୁକ୍ତି ଅନୁସାରେ ୫ ଟି ଏସ୍‌-୪୦୦ ପାଇଁ ୫.୪୩ ଆରବ ଡଲାରର ଚୁକ୍ତି ହୋଇଥିଲା । ଭାରତ ଏହି ମିସାଇଲ ସିଷ୍ଟମକୁ ଯଥାଶୀଘ୍ର ପାଇବା ପାଇଁ ୨୦୧୯ ରେ ୮୦ କୋଟି ଡଲାର ଅର୍ଥ ପ୍ରଦାନ କରିସାରିଛି । ଏସ୍‌-୪୦୦ ଦୁନିଆର ସବୁଠାରୁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ । ଏହା ଭୂ-ପୃଷ୍ଠରୁ ଆକାଶକୁ ଟାର୍ଗେଟ ହିଟ କରିାରୁଥିବା ସବୁଠାରୁ ଲମ୍ବା ମିସାଇଲ ସିଷ୍ଟମ । ଭାରତ ନିଜର ଭୌଗୋଳିକ ସ୍ଥିତି ଦେଖି ଓ ସମ୍ପୂର୍ଣ୍ଣ ଦେଶର ସୁରକ୍ଷା ସୁ-ନିଶ୍ଚିତ କରିବା ପାଇଁ ୫ ଟି ଏସ୍‌-୪୦୦ ଆଣିବା ପାଇଁ ଚୁକ୍ତି କରିଛି । ୨୦୨୨ ସୁଦ୍ଧା ସମସ୍ତ ଏସ୍‌- ୪୦୦ ଭାରତକୁ ମିଳିବ । ଫଳରେ ସେନା ଆହୁରି ଶକ୍ତିଶାଳୀ ହେବ ।

Get real time updates directly on you device, subscribe now.