fbpx

୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି : ନରୱାଣେ

ନୂଆଦିଲ୍ଲୀ, ୧୫ା୧: ସ୍ଥଳସେନା ପ୍ରତିଷ୍ଠା ଦିବସ ଅବସରରେ ସେନା ମୁଖ୍ୟ ନରୱାଣେ ଏକ ବଡ଼ ବୟାନ ଦେଇଛନ୍ତି । ସେ ଉଦବୋଧନ ଦେଇ କହିଛନ୍ତି ଆତଙ୍କବାଦୀଙ୍କ ବିରୋଧରେ ଆମର ଜିରୋ ଟଲରେନ୍ସ ନୀତି ରହିଛି । ସେନାରେ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଗୁରୁତ୍ୱ ଦିଆଯାଇଛି । କାଶ୍ମୀରରୁ ୩୭୦ ଉଚ୍ଛେଦକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି ସେନା ମୁଖ୍ୟ । ଏହାଦ୍ୱାରା ଭାରତ ସହ କାଶ୍ମୀର ଅଧିକ ଯୋଡ଼ି ହୋଇଛି ବୋଲି ନରୱାଣେ କହିଛନ୍ତି । ନୂଆ ଯୁଦ୍ଧାସ୍ତ୍ର ଆସୁଛି ଏବଂ ସେନା ଆହୁରି ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି । ଏହାସହ ପାକିସ୍ତାନ ପଟୁ ଛାୟା ଯୁଦ୍ଧ ଜାରି ରହିଛି । ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁନାହିଁ ବୋଲି ସେନାମୁଖ୍ୟ କହିଛନ୍ତି ।

Get real time updates directly on you device, subscribe now.