fbpx

ପ୍ରାକ୍ ବଜେଟ ପରାମର୍ଶ ବୈଠକ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ । ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଉପସ୍ଥାପିତ ହେବ । ଏନେଇ ରାଜ୍ୟ ଅତିଥି ଭବନରେ ପ୍ରାକ୍ ବଜେଟ ପରାମର୍ଶ ବୈଠକ ଜାରି ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦକ୍ଷତାରେ ବୈଠକ ଚାଲିଛି । ସେହି ବୈଠକରେ ଅର୍ଥ ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୈତିକ ବିଶେଷଜ୍ଞ ଉପସ୍ଥିତ ରହିଛନ୍ତି । ବଜେଟର ରୂପରେଖ କିପରି ରହିବ ସେନେଇ ଆଲୋଚନା ଚାଲିଥିବା ସୂଚନା ରହିଛି ।

Get real time updates directly on you device, subscribe now.