fbpx

ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୮ ହଜାର ଶିକ୍ଷକ ପାଇବେ ନିଯୁକ୍ତି, ଦେଶରେ ପ୍ରତିଷ୍ଠା ହେବ ୭୪୦ଟି ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଦେଶରେ ୭୪୦ଟି ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ କେନ୍ଦ୍ର ସରକାର ୩୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଗତ ୧ ତାରିଖରେ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ବାବଦରେ ଘୋଷଣା କରିଥିଲେ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ଖୁବଶୀଘ୍ର ୩୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଏଥିସହିତ ୭୪୦ଟି ଏକଲବ୍ୟ ମଡେଲ ସ୍କୁଲ ସ୍ଥାପନ କରାଯିବ । କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ଏନେଇ ଘୋଷଣା କରିଥିଲେ । ମାତ୍ର ନିକଟରେ ଝାଡ଼ଖଣ୍ଡର ଦେଓଘରରେ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ରାଲି ଅବସରରେ ଗୃହମନ୍ତ୍ରୀ ଏହାକୁ ଦୋହରାଇଛନ୍ତି । କେନ୍ଦ୍ର ବଜେଟରେ ୭ ଲକ୍ଷ ଆୟ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ । ଜନଜାତି ସମ୍ପ୍ରଦାୟଙ୍କ ବିକାଶ ପାଇଁ ସରକାର ଏହି ସ୍କୁଲ ସ୍ଥାପନ କରିବା ସହିତ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ ବୋଲି ଶାହ କହିଛନ୍ତି ।

ଗତ ୧ ତାରିଖରେ କେନ୍ଦ୍ର ସରକାରଙ୍କ ବଜେଟ ଆଗତ କରିବା ଅବସରରେ ଅର୍ଥମନ୍ତ୍ରୀ ଶିକ୍ଷା ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀ ସମେତ ଅନେକ ଯୋଜନାର ଘୋଷଣା କରିଥିଲେ । ସେ ଅବସରରେ ସେ ୭୪୦ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ ୩୮,୮୦୦ ପଦରେ ଶିକ୍ଷକ ଓ ସହାୟକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ କହିଥିଲେ । ଇଏମଆରଏସର ନିଯୁକ୍ତି ପ୍ରକ୍ରିୟା ଏକଲବ୍ୟ ଟିଚିଂ ଷ୍ଟାଫ ସିଲେକ୍ସନ ଏଗଜାମ (ଇଟିଏସଏସଇ) ଜରିଆରେ କରାଯିବ । ଏହି ପରୀକ୍ଷାର ଆୟୋଜନ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା କରାଯାଇପାରେ ।

Get real time updates directly on you device, subscribe now.