fbpx

ରାଜ୍ୟରେ ଆଜି ୩୦୦ ଟପିଲା ସଂକ୍ରମଣ: ପୁଣି ୩୯୪ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର, ୧।୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଆଜି ପୁଣି ୩୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୩, ନୂଆପଡାରୁ ୪୦, ବରଗଡରୁ ୩୪, ସୁନ୍ଦରଗଡରୁ ୩୧, କଟକରୁ ୨୭ ଓ ଅନୁଗୁଳରୁ ୨୪, ମୟୂରଭଞ୍ଜରୁ ୧୯, ଷ୍ଟେଟପୁଲରୁ ୧୫, ସମ୍ବଲପୁରରୁ ୧୪, ପୁରୀରୁ ୧୨, ବଲାଙ୍ଗିରରୁ ୧୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ ଘଣ୍ଟାରେ ୨୯,୨୬୦ ନମୁନା ପରୀକ୍ଷା ହୋଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.