fbpx

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭୁବନେଶ୍ୱରରୁ ବିଶାଖାପାଟଣା ଗଡ଼ିବ ଟ୍ରେନ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଏହା ସହ ରାଜ୍ୟରେ ୨୭୪ ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାରଠାରୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ନେଇ ସୂଚନା ରହିଛି । ଯାହା ମଧ୍ୟରୁ ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରୁ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ଚାଲିବାପାଇଁ ଥିବା ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସଟି ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର ଦେଇ ବିଶାଖପଟନମରେ ପହଞ୍ଚିବ । ଏହା ସପ୍ତାହକୁ ୬ ଦିନ ଚାଲିବା ନେଇ ସୂଚନାରୁ ପ୍ରକାଶ । ସେହିପରି ସାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତର ଶୁଭାରମ୍ଭ ହେବା ସହ ୪ଟି ବନ୍ଦେ ଭାରତ ଟ୍ରେନ୍‌ର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.