fbpx
BSKY
BJD MC SKY
BJD YOUTH SKY

ସତର୍କ କରାଇଲେ ବିଶେଷଜ୍ଞ: ‘ତୃତୀୟ ଲହରରେ ବାପା-ମା’ଙ୍କ ମାଧ୍ୟମରେ ସଂକ୍ରମିତ ହେବେ ପିଲା’

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ତୃତୀୟ ଲହରରେ ସଂକ୍ରମଣ ବାପା ମାଆଙ୍କ ମାଧ୍ୟମରେ ପିଲାମାନଙ୍କ ପାଖକୁ ଆସିବ । ତେଣୁ ବାପା-ମାଆ ସଚେତନ ନହେଲେ ପିଲାମାନଙ୍କୁ ଏହା ସଂକ୍ରମିତ କରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ କଟକଣା ଯାଇଛି ହେଲେ କରୋନା ଯାଇନି । କରୋନା ଭୂତାଣୁ ଆମ ଆଖପାଖରେ ଅଛି ତେଣୁ ସତର୍କ ରହିବାକୁ ପଡିବ । ସମସ୍ତଙ୍କର ଧାରଣା ଅଛି ଟିକା ନେଲେ ସଂକ୍ରମଣ ହେବନି ହେଲେ ଟିକା ନେଲେ ସଂକ୍ରମଣ ସମ୍ଭାବନା ଅଧିକ ଅଛି । ହେଲେ ଟିକା ନେବା ପରେ ସଂକ୍ରମିତ ହେଲେ ଏହାର ଲକ୍ଷଣ ଦେଖାଯିବନି । ଯାହାକୁ ବାପାମାଆ ଆଣି ପିଲାମାନଙ୍କ ଦେହରେ ଛାଡ଼ିବାର ବାହକ ହେବେ । ତେଣୁ ପିଲାମାନେ ଅଧିକ ସଂକ୍ରମିତ ହେବେ । କଟକଣା କୋହଳ ହୋଇଥିବାରୁ ଖାମଖିଆଲ ନ ହୋଇ କୋଭିଡ୍‌ ନିୟମ ମାନିବା ।

ଅନ୍ୟପକ୍ଷରେ ରାଜ୍ୟରେ କରୋନା କଟକଣା କୋହଳ ପରେ ପରିବାରର ଦାୟିତ୍ୱ ବଢ଼ିବା ସହ ମନିଟରିଂ ବାଧ୍ୟତାମୂଳକ କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କଟକଣାକୁ ସମେସ୍ତେ ପୂର୍ବରି ମାନିବାକୁ ପଡ଼ିବାକୁ । କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କ’ଣ ରହୁଛି ତା’ ଉପରେ ନଜର ରଖିବାକୁ ପଡ଼ିବ । ସମେସ୍ତେ ହାତ ମିଳାଇଲେ ହିଁ କରୋନାକୁ ରୋକି ହେବ ନହେଲେ ପୁଣି ବି ଦକୁ ନିମନ୍ତ୍ରଣ କରିବା । ମୃତ୍ୟୁ ସଂଖ୍ୟା ଆଜି କିଛି କମିଛି ଆଗକୁ ମଧ୍ୟ କମିପାରେ ।

Get real time updates directly on you device, subscribe now.