fbpx

Aadhaar କାର୍ଡ ଅପଡେଟ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ, UIDAI ଜାରି କଲା ଲିଷ୍ଟ୍

ନୂଆଦିଲ୍ଲୀ : ଆଧାର କାର୍ଡଧାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି UIDAI । ଯଦି ଆପଣ ଆଧାର କାର୍ଡରେ କିଛି ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ଆକାଉଣ୍ଟଠୁ ଆରମ୍ଭ କରି ପାସପୋର୍ଟ କରିବା ପର୍ଯ୍ୟନ୍ତ ସବୁଠାରେ ଆଧାର କାର୍ଡ ଆବଶ୍ୟକ, ତେଣୁ ତେଣୁ ଜନ୍ମ ତାରିଖ କିମ୍ବା ଭୁଲ ଠିକଣା ଆପଣଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ । ସେଥିପାଇଁ ଆପଣଙ୍କର ଆଧାରରେ ଥିବା ଭୁଲକୁ ସଂଶୋଧନ କରିନିଅନ୍ତୁ ।

UIDAI ପକ୍ଷରୁ ଡକ୍ୟୁମେଣ୍ଟଗୁଡିକର ଏକ ଲିଷ୍ଟ ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ ଆପଣଙ୍କର ଆଧାର ଅପଡେଟ୍ ପାଇଁ କେଉଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ । ଆଧାର ପ୍ରଦାନକାରୀ ସଂସ୍ଥା UIDAI ନିଜର ଟ୍ୱିଟରେ ଏହାର ସୂଚନା ଦେଇଛି ।

UIDAI ଅନୁସାରେ, ଆଧାରରେ ପରିଚୟର ପ୍ରମାଣ ପାଇଁ ଏହା ୩୨ ଟି ଡକ୍ୟୁମେଣ୍ଟ ଗ୍ରହଣ କରୁଛି । ପ୍ରୁଫ୍ ଅଫ୍ ରିଲେସନସିପ୍ ପାଇଁ ୧୪ ଟି ଡକ୍ୟୁମେଣ୍ଟ୍, ଡିଓବି ପାଇଁ ୧୫ ଏବଂ ପ୍ରୁଫ୍ ଅଫ୍ ଆଡ୍ରେସ୍ ବା ପିଓବି ପାଇଁ ୪୫ ଟି ଡକ୍ୟୁମେଣ୍ଟ୍ ଆବଶ୍ୟକ । ଆସନ୍ତୁ ଦେଖିବା ଡକ୍ୟୁମେଣ୍ଟଗୁଡିକର ଲିଷ୍ଟ୍

Proof Of Relationship
୧. ମନରେଗା ଜବ୍ କାର୍ଡ
୨. ପେନସନ୍ କାର୍ଡ
୩. ପାସପୋର୍ଟ
୪. ଆର୍ମି କ୍ୟାଣ୍ଟିନ କାର୍ଡ ।

DOB Documnets
୧. ଜନ୍ମ ପ୍ରମାଣପତ୍ର
୨. ପାସପୋର୍ଟ
୩. ପାନ୍ କାର୍ଡ ।
୪. ମାର୍କ ସିଟ୍ ।
୫. ଏସଏସଏଲସି ବୁକ୍ / ସାର୍ଟିଫିକେଟ୍ ।

Proof Of Identity (PoI)
୧. ପାସପୋର୍ଟ
୨. ପାନ୍ କାର୍ଡ ।
୩. ରାସନ କାର୍ଡ
୪. ଭୋଟର ଆଇଡି
୫. ଡ୍ରାଇଭିଂ ଲାଇସେନ୍ସ

Proof of Address (PoA)
୧. ପାସପୋର୍ଟ
୨. ବ୍ୟାଙ୍କ ଷ୍ଟେଟମେଣ୍ଟ
୩. ପାସବୁକ୍ ।
୪. ରାସନ କାର୍ଡ
୫. ପୋଷ୍ଟ ଅଫିସ୍ ଆକାଉଣ୍ଟ୍ ଷ୍ଟେଟମେଣ୍ଟ୍
୬. ଭୋଟର ଆଇଡି
୭. ଡ୍ରାଇଭିଂ ଲାଇସେନ୍ସ
୮. ବିଦ୍ୟୁତ୍ ବିଲ୍
୯. ପାଣି ବିଲ୍

Get real time updates directly on you device, subscribe now.