fbpx
BSKY
BJD MC SKY
BJD YOUTH SKY

AXIS BANKକୁ ୨୫ ଲକ୍ଷର ଫାଇନ୍ କଲା RBI ; KYC ନିୟମରେ କରିଥିଲା ଉଲ୍ଲଂଘନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକ୍ସିସ ବ୍ୟାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି । ଆରବିଆଇର ନୋ ୟୋର କଷ୍ଟମର(କେୱାଇସି) ନିୟମରେ ଉଲ୍ଲଂଘନ କାରଣରୁ ଆରବିଆଇ ପକ୍ଷରୁ ଏହି ଫାଇନ କରାଯାଇଛି । ନିୟମ ଅନୁପାଳନରେ ଆକ୍ସିସ ବ୍ୟାଙ୍କ ବିଫଳ ହୋଇଥିବା କାରଣରୁ ଏହି ଫାଇନ କରାଯାଇଥିବା ନେଇ ଆରବିଆଇ ପକ୍ଷରୁ କୁହାଯାଇଛି । ୨୦୧୬ରେ ଆରବିଆଇ ପକ୍ଷରୁ ଜାରି କରାଯାଇଥିବା କେୱାଇସି ନିୟମରେ ବ୍ୟାଙ୍କ ଉଲ୍ଲଂଘନ କରାଯାଇଥିଲା ।

ବ୍ୟାଙ୍କ ପକ୍ଷରୁ ସଠିକ୍ କେୱାଇସି କରାଯାଇନଥିବାରୁ ଏହା ଗ୍ରାହକଙ୍କ ଦେଣନେଣର ପୂର୍ଣ୍ଣ ତାଲିକା ରଖିବାରେ ସକ୍ଷମ ହୋଇନଥିଲା । ଏହା ଦ୍ୱାରା ଉଭୟ ଗ୍ରାହକ ଏବଂ ବ୍ୟାଙ୍କ କ୍ଷତିର ସମ୍ମୁଖୀନ ହେବାର ସମ୍ଭାବନା ରହିଥିଲା । ଏହା ସହିତ ସମାନ ମାମଲାରେ ଆକ୍ସିସ ବ୍ୟାଙ୍କକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହି ଜୋରିମାନା କାହିଁକି ଲାଗୁ କରାନଯିବ ସେ ସମ୍ପର୍କିତ ଉତ୍ତର ରଖିବା ପାଇଁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଆରବିଆଇ ।

Get real time updates directly on you device, subscribe now.