fbpx
BJD SKY
BJD SKY

ବସ୍ ରୁ ୪ ପେଟି ଟଙ୍କା ଜବତ, ଜଣେ ଅଟକ

BJD

କଟକ: ଦେଶ ତଥା ରାଜ୍ୟରେ ଦିନକୁ ଦିନ ଦୁର୍ନିତୀମାତ୍ରା ବଢିବା ସହ ନିଶା ଦ୍ରବ୍ୟ ଚେରା ଚାଳନ ମଧ୍ୟ ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରେତ୍ୟକ ଦିନ ଅନେକ ନିଶା ଦ୍ରବ୍ୟ ରାଜ୍ୟ ବାହାରକୁ ଚାଳନ ହେଇଥିବା ବେଳେ ରଅନ୍ୟ ରାଜ୍ୟରୁ ମଝ୍ୟ ଓଡିଶା ଆସୁଛି । ତେବେ ଆଗରୁ ଏପରି ଅନେକ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଏସହିପରି ଏକ ମାମଲା ସାମ୍ନାକୁ ଆସିଛି । ଏଥର ନିଶା ଦ୍ରବ୍ୟ ବଦଳରେ ପୋଲିସକୁ ଅନ୍ୟ କିଛି ମିଳିଛି । ଯାହାକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ମିଳିଥିବୀ ସୂଚନା ଅନୁଯାୟୀ, କଟକରୁ କୋଲକାତା ଯାଉଥିବା ଏକ ବସ୍ ଉପରେ ପୋଲିସର ସନ୍ଦେହ ହୋଇଥିଲା । ଫଳରେ ଟାଙ୍ଗି ଟୋଲଗେଟ୍ ନିକଟରେ ପୋଲିସ ବସକୁ ଅଟକାଇ ଯାଞ୍ଚ କରିବା ପରେ ୪ ପେଟି ଟଙ୍କା ଧରା ପଡିଛି । ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ୧ କୋଟି ପାଖାପାଖି ହେବ ବୋଲି ଆକଳନ ହେଉଛି । ତେବେ ବସରେ ଗଞ୍ଜେଇ ଥିବା ସନ୍ଦେହ କରି ପୋଲିସ ଚଢାଉ କରିଥିଲା ।

ତେବେ ଏହି ମାମଲାରେ ପୋଲିସ ଜଣକୁ ଅଟକ ରଖିଥିବା ସୂଚନା ମିଳିଛି । ଏତତ୍ ବ୍ୟତୀତ ସେହିବ୍ୟକ୍ତିକୁ ଏ ବାବଦରେ ଅଧିକ ପଚରା ଉଚରା ଜାରୀ ରଖିଛି ପୋଲିସା ଅନ୍ୟପକ୍ଷେ ଅଟକ ରହିଥିବା ବ୍ୟକ୍ତି ଜଣକ ନାମ ପ୍ରସନ୍ନ ସାହୁ ହୋଇଥିବା ବେଳେ ସେ ଜଣେ ସୁନା ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ଜବତ ହୋଇଥିବା ଟଙ୍କା ସୁନା ବ୍ୟବସାୟୀଙ୍କର ତାଙ୍କର କିମ୍ବା ସେ କେଉଁଠାରୁ ଆଣିଛନ୍ତି ତାହା ବର୍ତ୍ତମାନ ଯାଏଁ ଜଣାପଡି ନାହିଁ ।

Get real time updates directly on you device, subscribe now.